ETV Bharat / state

3 ହଜାର ଟପିଲା କୋଭିଡ ପଜିଟିଭ ସଂଖ୍ୟା

author img

By

Published : Aug 27, 2020, 9:42 PM IST

ପୁରୀ ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କୋରୋନା ମହାମାରୀ । 3 ହଜାର ଟପି ଯାଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ଭିତରେ 124ଟି କୋଭିଡ ପଜିଟିଭ କେସ ଚିହ୍ନଟ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

3 ହଜାର ଟପିଲା କୋଭିଡ ପଜିଟିଭ ସଂଖ୍ୟା
3 ହଜାର ଟପିଲା କୋଭିଡ ପଜିଟିଭ ସଂଖ୍ୟା

ପୁରୀ: ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କୋରୋନା ମହାମାରୀ । 3 ହଜାର ଟପି ଯାଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ଭିତରେ 124ଟି କୋଭିଡ ପଜିଟିଭ କେସ ଚିହ୍ନଟ ହୋଇଛି । ଫଳରେ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖା 3 ହଜାର ଟପିଛି । ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖା 3086ରେ ପହଁଚିଛି ।

ଆଜି ପର୍ଯ୍ୟନ୍ତ 11 ଜଣଙ୍କ ମୃତ୍ୟୁ ହୋଇଛି କୋଭିଡରେ । ତେବେ ଜିଲ୍ଲାରେ ମୋଟ 952ଟି ଆକ୍ଟିଭ କେସ ରହିଛି । ସେହିପରି 2120 ଜଣଙ୍କୁ ଡିସଚାର୍ଜ କରାଯାଇଛି । ମୋଟ 56,520 ଟି ସାମ୍ପଲ ସଂଗ୍ରହ ହୋଇ ପରୀକ୍ଷା ହୋଇଛି । ତେବେ ଜିଲ୍ଲାରେ ପୁରୀ ପୌରାଞ୍ଚଳରେ ସର୍ବାଧିକ କୋରୋନା ସଂକ୍ରମିତ 1077 ଜଣ ହୋଇଛନ୍ତି । ସେଥିମଧ୍ୟରୁ ଏବେ 382ଟି ଆକ୍ଟିଭ କେସ ଥିବାବେଳେ 693 ଜଣ ଡିସଚାର୍ଜ ହୋଇଛନ୍ତି ।

3 ହଜାର ଟପିଲା କୋଭିଡ ପଜିଟିଭ ସଂଖ୍ୟା
3 ହଜାର ଟପିଲା କୋଭିଡ ପଜିଟିଭ ସଂଖ୍ୟା

ତେବେ ଅଗଷ୍ଟରେ ପୁରୀ ଜିଲ୍ଲା ପାଇଁ ସବୁଠୁ ବେଶି ପଜିଟିଭ ସଂଖ୍ୟା ବାହାରିଛି । ଜୁଲାଇ ଶେଷ ପର୍ଯ୍ୟନ୍ତ 753 ମୋଟ ସଂକ୍ରମିତଙ୍କ ସଂଖା ଥିବା ବେଳେ ଅଗଷ୍ଟ ମାସ ଶେଷ ସୁଦ୍ଧା ଗୋଟିଏ ମାସରେ ପଜିଟିଭ ସଂଖ୍ୟା 2333 ରହିଛି । ଯାହାକି ବେଶ ଚିନ୍ତା ଜନକ ରହିଛି । ଅଧିକରୁ ଅଧିକ ଟେଷ୍ଟିଂ ଯୋଗୁଁ ଅଧିକ ପଜିଟିଭ ସଂଖା ବଢୁଥିବାବେଳେ ଲୋକେ ଭୟଭୀତ ନହୋଇ କୋଭିଡ ଗାଇଡ଼ ଲାଇନ ମାନି ଚାଲିଲେ ନିଜକୁ ଓ ସମାଜକୁ କୋଭିଡ ମହାମାରୀ କବଳରୁ ରକ୍ଷା ପାଇ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.