ପୁରୀ: ରାଜ୍ୟରେ ଅସ୍ଥିର କୋରୋନା ସଙ୍କଟ । ପୁରୀରେ 2 ହଜାର ଟପିଲା କୋଭିଡ ପଜିଟିଭ । ଜିଲ୍ଲାରେ 24 ଘଣ୍ଟା ଭିତରେ 235 ଜଣ କୋଭିଡ ପଜିଟିଭ ବହାରିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖା 2135ରେ ପହଞ୍ଚିଛି। ଆଜି ପର୍ଯ୍ୟନ୍ତ କୋଭିଡରେ ମୋଟ 9 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ଏବେ 908ଟି କୋଭିଡ ଆକ୍ଟିଭ କେସ ଥିବା ବେଳେ 1220 ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରଯାଇଛି ।
![ପୁରୀରେ 2 ହଜାର ଟପିଲା କୋଭିଡ ପଜିଟିଭ](https://etvbharatimages.akamaized.net/etvbharat/prod-images/od-pur-03-puri-covidupdate-avo-7205521_19082020190743_1908f_1597844263_1023.jpg)
ମୋଟ 45209 ଟି ସାମ୍ପଲ ଟେଷ୍ଟ ହୋଇଛି । ଜିଲ୍ଲାରେ ଆରୋଗ୍ୟ ହାର 57.14 ରହିଛି । ତେବେ ଜିଲ୍ଲାରେ 70ଟି କଣ୍ଟେନମେଣ୍ଟ ଜୋନ ରହିଛି । ପୁରୀ ପୌର ପାଳିକା ଅଞ୍ଚଳରେ ଆଜି ପର୍ଯ୍ୟନ୍ତ 711ଟି କୋଭିଡ ପଜିଟିଭ କେସ ବାହାରି ଥିବାବେଳେ 332ଟି ଆକ୍ଟିଭ କେସ ରହିଛି ଏବଂ 379 ଜଣ ଅରୋଗ୍ୟ ଲାଭ କରିଛନ୍ତି ।
ଗୋଟିଏ ଦିନରେ 235 ଜଣ କୋଭିଡ ପଜିଟିଭ ବାହାରିବା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି । ତେବେ ଅଧିକରୁ ଅଧିକ ଟେଷ୍ଟିଂ ଯୋଗୁଁ ପଜିଟିଭ ସଂଖା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା 2 ହଜାର ଅତିକ୍ରମ କରିଥିବାବେଳେ ଜନସାଧାରଣଙ୍କୁ ଏ ନେଇ ସତର୍କ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ