ପୁରୀ: ଜିଲ୍ଲା ଅବକାରୀ ବିଭାଗ ଗଡିଶ ଗୋଦା ଥାନା ଅନ୍ତର୍ଗତ ସୁହାଗପୁର ଗ୍ରାମରେ ଥିବା ଏକ ଦୋକାନ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ଜଳନ୍ଧର ପ୍ରଧାନ ।
ଜଳନ୍ଧର ନିଜ ଦୋକାନ ଘରେ ଗଞ୍ଜେଇ ରଖି ବିକ୍ରି କରୁଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା । ସାତପଡ଼ା ଅବକାରୀ ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏଏସଆଇ ଲୋକନାଥ ପଣ୍ଡା ଓ କନେଷ୍ଟବଳ ସଞ୍ଜୀବ ହସ୍ତି ଘଟଣାସ୍ଥଳରେ ଚଢାଉ କରି ଜଳନ୍ଧରକୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ