ପୁରୀ: ସହରରେ ଦିନକୁ ଦିନ ଦାଦାବଟି ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଲଗାମ ଲଗାଇବାକୁ କାର୍ଯ୍ୟାନୁଷ୍ଠାନ ନେଉଛି ପୁରୀ ପୋଲିସ । ଏହି କ୍ରମରେ ପୁରୀ କୁମ୍ଭାରପଡା ଥାନା ଘୋଡା ବଜାର ଅଞ୍ଚଳରେ ଏକ ହୋଟେଲରେ ଦାଦା ବଟି ମାଗିବା ଘଟଣାରେ ପୋଲିସ 2 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଶଙ୍କର ରେଡ୍ଡୀ ଓ ସଣ୍ଟୁ ରେଡ୍ଡୀ ।

ସୂଚନାନୁସାରେ, ଘୋଡା ବଜାରରେ ଥିବା ହୋଟେଲ ପ୍ରୀତି ଭିଲାକୁ 25 ତାରିଖ ସନ୍ଧ୍ୟାରେ ଏହି ଦୁଇ ଜଣ ଅଭିଯୁକ୍ତ ଯାଇ 5 ହଜାର ଟଙ୍କା ଦଶହରା ବଟି ମାଗିଥିଲେ । ହେଲେ ବଟି ନଦିଆଯିବାରୁ ଅଭିଯୁକ୍ତମାନେ ହୋଟେଲରେ ଭଙ୍ଗା ରୁଜା କରିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏନେଇ କୁମ୍ଭାର ପଡା ଥାନାରେ ଏତଲା ପରେ ପୋଲିସ 2 ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ