ପୁରୀ: ମାରାତ୍ମକ କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶକୁ ଲକ ଡାଉନ ଘୋଷଣା କରାଯାଇଛି । ଏହା ମଧ୍ୟରେ 12 ଜଣ ଓଡିଆ ଯୁବକ ସୁରଟରେ ଫସି ରହିଥିବା ଏକ ଭିଡିଓରୁ ଜଣାପଡିଛି । ତେବେ ଫସିରହିଥିବା ସମସ୍ତ ଓଡିଆ ଯୁବକ ପୁରୀ ଜିଲ୍ଲା ସତ୍ୟବାଦୀ ବାସିନ୍ଦା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ସତ୍ୟବାଦୀର ଏହି ଯୁବକମାନେ ସୁରାଟର ଏକ କମ୍ପାନୀରେ କାମ କରନ୍ତି । କିନ୍ତୁ କୋରୋନା ଭାଇରସ ଯୋଗୁ ସମଗ୍ର ଦେଶକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ସେମାନଙ୍କ କମ୍ପାନୀ ବନ୍ଦ ରହିଛି ।
ଫଳରେ ଭୋକ ଉପାସରେ ସୁରଟରେ ଫସି ରହିଛନ୍ତି 12 ଜଣ ଓଡିଆ ଯୁବକ । ପାଖରେ ଟଙ୍କା ନ ଥିବାବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଏଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ସୁରାଟରୁ ଫେରାଇ ଆଣିବାକୁ ସେମାନେ ଏକ ଭିଡିଓ ଜରିଆରେ ମାନ୍ୟବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି । ଏଥିସହ ତାଙ୍କୁ ଯୋଗାଯୋଗ କରିବା ପାଇଁ 7990453943 ନମ୍ବର ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ