ନୂଆପଡା: ଦେଶବ୍ୟାପୀ ଜାରି ରହିଛି ଲକଡାଉନ । ନୂଆପଡା ଜ଼ିଲ୍ଲା ସିନାପାଲି ବୋଡେ଼ନ ବ୍ଲକର ପ୍ରାୟ 30 ଜଣ ଦାଦନ ଶ୍ରମିକ ତାମିଲନାଡୁରେ ଫସିଥିବା ଖବର ମିଳିଛି । ଶ୍ରମିକ ମାନଙ୍କ ପାଖରେ ଯାହା କିଛି ଟଙ୍କା ଥିଲା 11 ଦିନର ଲକ ଡାଉନରେ ତାହା ଖର୍ଚ୍ଚ ହୋଇଯାଇଛି ।
ଏବେ ଖାଇବା ଓ ରହିବା ବ୍ୟବସ୍ଥା ନେଇ ଚିନ୍ତାରେ ରହି ଉଦ୍ଧାର ପାଇଁ ଶ୍ରମିକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକୁଳ ନିବେଦନ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ