ETV Bharat / state

କୋଭିଡ କଟକଣାରେ ମହିଳା ପାଳିଲେ ସାବିତ୍ରୀ ବ୍ରତ

author img

By

Published : Jun 10, 2021, 8:46 PM IST

ନୂଆପଡାରେ ମହିଳା ପାଳିଲେ ସାବିତ୍ରୀ ବ୍ରତ । କୋଭିଡ କଟକଣା ମଧ୍ୟରେ ବ୍ରତ ପାଳନ । ଅଧିକ ପଢନ୍ତୁ...

ନୂଆପଡାରେ କୋଭିଡ କଟକଣା ମଧ୍ୟରେ ମହିଳାମାନେ ପାଳିଲେ ସାବିତ୍ରୀ ବ୍ରତ
ନୂଆପଡାରେ କୋଭିଡ କଟକଣା ମଧ୍ୟରେ ମହିଳାମାନେ ପାଳିଲେ ନୂଆପଡାରେ କୋଭିଡ କଟକଣା ମଧ୍ୟରେ ମହିଳାମାନେ ପାଳିଲେ ସାବିତ୍ରୀ ବ୍ରତନୂଆପଡାରେ କୋଭିଡ କଟକଣା ମଧ୍ୟରେ ମହିଳାମାନେ ପାଳିଲେ ସାବିତ୍ରୀ ବ୍ରତସାବିତ୍ରୀ ବ୍ରତ

ନୂଆପଡା: ନୂଆପଡା ଜିଲ୍ଲା ପୁରପଲ୍ଲୀ ସହର ଠାରୁ ଗାଁ ଗଣ୍ଡାରେ କୋଭିଡ କଟକଣା ମଧ୍ୟରେ ବିଧିରକ୍ଷା ନେଇ ଆଜି ମହିଳାମାନେ ଯଥା ରୀତିନୀତିରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। କୋଭିଡ କଟକଣା ମଧ୍ୟରେ ସାର୍ବଜନୀନ ସ୍ଥାନରେ ପର୍ବ ପାଳନ ଉପରେ ରୋକ ଲଗାଯାଇଥିବାବେଳେ ଗାଇଡଲାଇନ ମୁତାବକ ପାଳନ ହୋଇଛି ସାବିତ୍ରୀ ବ୍ରତ ।

କୋଭିଡ କଟକଣାରେ ମହିଳା ପାଳିଲେ ସାବିତ୍ରୀ ବ୍ରତ

ଜିଲ୍ଲାର ଖଡ଼ିଆଳ, ବୋଡେ଼ନ,ସିନାପାଲି, କୋମନା,ନୂଆପଡ଼ା ଖରିଆରରୋଡ଼ ଆଦି ଅଞ୍ଚଳର ମାଁ ମାନେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ନାନାଜାତିର ଫୁଲ, ଫଳ, ଦୀପ, ଧୂପ ନୈବେଦ୍ୟ ଧରି ମାଁ ମାନେ ନିକଟସ୍ଥ ମନ୍ଦିର ବେଢାରେ ସାମାଜିକ ଦୂରତା ପାଳନ ପୂର୍ବକ ସାବିତ୍ରୀ ଓ ସତ୍ୟବାନଙ୍କ ଜୀବନ କାହାଣୀ ବର୍ଣ୍ଣିତ ପୁରାଣ ପାଠ କରିଛନ୍ତି । ଦେବୀ ସାବିତ୍ରୀଙ୍କ ନିଷ୍ଠାପର ସାଧନା ବଳରେ ପ୍ରତାପୀ ଯମ ରାଜାଙ୍କ ଠାରୁ ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣି ସତୀତ୍ୱର ପରାକାଷ୍ଠା ଦେଖାଇ ଧରାପୃଷ୍ଠରେ କୀର୍ତି ସ୍ଥାପନ କରିଥିଲେ।

ସେହି ସତ୍ୟ ଯୁଗର ମହାନତାକୁ ମନେପକାଇ ଦେଶବ୍ୟାପୀ ମହିଳାମାନେ ନିଜ ସ୍ୱାମୀର ଦୀର୍ଘାୟୁ କାମନାକରି ଜୈଷ୍ଠ ମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ସେହି ମହାନତାକୁ ମନେପକାଇ ଆଜି ନୂଆପଡା ଜିଲ୍ଲାବ୍ୟାପୀ ସାବିତ୍ରୀ ବ୍ରତ ପାଳନ କରାଯାଉ ଥିବାବେଳେ, ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ମିଲପଡାର ମହିଳାମାନେ କୋଭିଡ କଟକଣା ମଧ୍ୟରେ ଯଥା ରୀତିନୀତିରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.