ETV Bharat / state

ରଙ୍ଗୀନ ମାଛ ଚାଷ କରି ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ମହିଳା

author img

By

Published : May 8, 2023, 2:00 PM IST

ରଙ୍ଗୀନ ମାଛ ଚାଷ କରୁଛନ୍ତି ତୁକୁଳା ଗାଁର ମିଶନଶକ୍ତି ମହିଳା ମାନେ। ମାଛ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ରଖିଛନ୍ତି ଆଶା। ଅଧିକ ପଢନ୍ତୁ

colourful fish farming
colourful fish farming
ରଙ୍ଗୀନ ମାଛ ଚାଷ

ନୂଆପଡା: ମହିଳାଙ୍କ ଜୀବନରେ ରଙ୍ଗ ଭରିଲା ରଙ୍ଗୀନ ମାଛ ଚାଷ। ଏହି ଚାଷ କରି ଏବେ ସ୍ବାବଲମ୍ବୀ ହେବା ଆଶାରେ ମହିଳା । ନାଲି, ଧଳା କଳା ଓ ନୀଳ ରଙ୍ଗର ମାଛ ଚାଷ କରି ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ନୂଆପଡା ଜିଲ୍ଲାର ତୁକୁଳା ଗାଁର ମିଶନଶକ୍ତି ମହିଳାମାନେ । ମହିଳାଙ୍କୁ ରୋଜଗାର କରିବାର ଏହି ନୂଆ ବାଟ ଦେଖାଇଛି ଜିଲ୍ଲା ପ୍ରଶାସନ ମିଶନଶକ୍ତି ବିଭାଗ ।

ସାଧାରଣତଃ ଅନେକ ଚାଷୀ ପୋଖରୀରେ ମାଛଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। କିନ୍ତୁ ମହିଳା ମାନେ କୁଣ୍ଡରେ ନୂତନ କୌଶଳରେ ରଙ୍ଗୀନ ମାଛଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ଆଶା ରଖିଛନ୍ତି । ଏଥିପାଇଁ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଉଛି । ତାଲିମ ପରେ ମହିଳାମାନେ 3 ଲକ୍ଷ 50ହଜାର ବ୍ୟୟରେ ଆରମ୍ଭ କରିଛନ୍ତି ରଙ୍ଗୀନ ମାଛଚାଷ । ଏହି ଚାଷକରି 6ରୁ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଛ ବିକ୍ରି କରିବେ ବୋଲି ପ୍ରକାଶ କରିଛନ୍ତି ମହିଳାମାନେ । ତୁକୁଳା ଗାଁର ଶ୍ରୀଗୁଣ୍ଡିଚା ଏସଏଚଜି, ଧନଲକ୍ଷ୍ମୀ ଏସଏଚଜି, ଜୟଦୁର୍ଗା ଏସଏଚଜି ଗୃପର 30 ଜଣ ମହିଳା ଏକତ୍ରିତ ହୋଇ ମାଛ ଚାଷ କରୁଛନ୍ତି।

ମିଶନଶକ୍ତି ବିଭାଗ ଖଡ଼ିଆଳ ବ୍ଳକ ବିପିଏମ୍‌ ମିଥୁନ ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସିଆରପି ଜୟନ୍ତୀ ଆଚାର୍ଯ୍ୟ, ଏମବିକେ ସତ୍ୟବତୀ ପଟେଲଙ୍କ ଦ୍ବାରା ଏକାଠି ହୋଇଥିଲେ ଗ୍ରାମର ମହିଳା ମାନେ। ଏହାପରେ ରଙ୍ଗୀନ ମାଛଚାଷ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବାପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବ ମଞ୍ଜୁର ହେବାପରେ ଓଡି଼ଶା ଜୀବିକା ମିଶନ ବିଭାଗ ପକ୍ଷରୁ 3 ଲକ୍ଷ ଟଙ୍କା ପ୍ରୋତ୍ସାହନ ଯୋଗାଇଦେଲେ ସରକାର । ପରେ ନିଜସ୍ୱ ପାଣ୍ଠିରୁ 50ହଜାର ଟଙ୍କା ବ୍ୟୟ କରି ସମୁଦାୟ 3 ଲକ୍ଷ 50 ହଜାର ଟଙ୍କାରେ ରଙ୍ଗୀନ ମାଛଚାଷ ଆରମ୍ଭ କଲେ ଏସଏଚଜି ଗୃପ୍‌ର ମହିଳା ।

ପ୍ରଥମେ ଏକ ଗ୍ରୀନସେଟ ନିର୍ମାଣ କରିବାପରେ ତାରି ଭିତରେ 10ଗୋଟି କୁଣ୍ଡ ନିର୍ମାଣ କଲେ । ଏହାପରେ ସମ୍ବଲପୁରଠାରେ ରଙ୍ଗୀନ ମାଛଚାଷ ତାଲିମ ଗ୍ରହଣ କଲେ । ପରେ ବରଗଡ଼ ଜିଲ୍ଲା ଆମାଘନା ଅଞ୍ଚଳକୁ ଯାଇ ବିଭିନ୍ନ କିସମର ମାଛ ଯଥା ଟାଇଗରପାର୍କ, ଟାଇଗରସାର୍କ, ମିକ୍ସମୋଲି, ଟାଇଗର ଟେରା,ତାଭେରି ସାର୍କ,ଫାଇଟର ଭଳି 8ଗୋଟି କିସମର ମାଛ ଯାଆଁଳା ଆଣି ଚାଷ କରିଛନ୍ତି । ଆଉ କିଛି ମାସ ପରେ ମାଛଗୁଡିକୁ ମହିଳା ମାନେ ବିକ୍ରି କରିବେ ବୋଲି ଆଶା ରଖିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.