ନୂଆପଡା: ହାତୀବନ୍ଧା ଗାଁରେ ପିଇବା ପାଣିର ଘୋର ସଙ୍କଟ ଦେଖାଦେଇଛି । ଆଜକୁ 15 ଦିନ ହେବ ପାଇପ ଲାଇନ ଜଳ ଯୋଗାଣ ବନ୍ଦ ଥିବା ହାତୀବନ୍ଧା ଗାଁ ଲୋକେ ଅଭିଯୋଗ କରିଛନ୍ତି । ବିଭିନ୍ନ ସ୍ଥାନରେ ପାଇପ ଲାଇନ ଫାଟିବା ସହ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବା କାରଣରୁ ଜଳ ଯୋଗାଣ ବନ୍ଦ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ଏପଟେ ପାଣି ବୁନ୍ଦାଏ ପାଇଁ ଗାଁଲୋକେ ଡହଳ ବିକଳ ହେଉଥିବାବେଳେ ପାଣି ସଂଗ୍ରହ ପାଇଁ ଦେଢ଼ କିଲୋମିଟର ନିକଟସ୍ଥ ନଦୀକୁ ଯାଉଥିବା ଦେଖାଦେଇଛି । ହାତୀବନ୍ଧା ଗାଁରେ ଜଳକଷ୍ଟ ଦୂର କରିବା ପାଇଁ କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।
ଜଳ ଯୋଗାଣରେ ହାତୀବନ୍ଧା ଗ୍ରାମପଞ୍ଚାୟତ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ଜଳ ଯୋଗାଣ ନେଇ ଗ୍ରାମପଞ୍ଚାୟତ କିମ୍ବା ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ହାତୀବନ୍ଧା ଗାଁ ଲୋକେ ଚେତାବନୀ ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ