ETV Bharat / state

କୋରୋନାକୁ ହରାଇବାର ସଂକଳ୍ପ, ମାଗଣାରେ ମାସ୍କ ବାଣ୍ଟୁଛନ୍ତି ସ୍ବେଛାସେବୀ ଗୌତମ

କୋରୋନାକୁ ହରାଇବାର ସଂକଳ୍ପ ନେଇଛନ୍ତି ସ୍ବେଛାସେବୀ ଗୌତମ ତାଣ୍ଡି । ସାନମହେଶ୍ବର ଗ୍ରାମପଞ୍ଚାୟତର ନଅ ଗୋଟି ଗ୍ରାମରେ ଲୋକଙ୍କୁ ମାଗଣାରେ ମାକ୍ସ ଯୋଗାଇଦେବା ପାଇଁ ପଣ କରିଛନ୍ତି ଗୌତମ । ଅଧିକ ପଢନ୍ତୁ...

କୋରୋନାକୁ ହରାଇବାର ସଂକଳ୍ପ, ମାଗଣାରେ ମାସ୍କ ବାଣ୍ଟୁଛନ୍ତି ସ୍ବେଛାସେବୀ ଗୌତମ
କୋରୋନାକୁ ହରାଇବାର ସଂକଳ୍ପ, ମାଗଣାରେ ମାସ୍କ ବାଣ୍ଟୁଛନ୍ତି ସ୍ବେଛାସେବୀ ଗୌତମ
author img

By

Published : Apr 15, 2020, 5:16 PM IST

ନୂଆପଡା: ମହାମାରୀ କୋରୋନା ହାରିବ, ଭାରତ ନିଶ୍ଚୟ ଜିତିବ । ଏଭଳି ସଂକଳ୍ପ ନେଇଛନ୍ତି ସ୍ବେଛାସେବୀ ତଥା ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ଖଡ଼ିଆଳ ବ୍ଳକ ପୂର୍ବତନ ମଣ୍ଡଳ ସଭାପତି ଗୌତମ ତାଣ୍ଡି । ସାନମହେଶ୍ବର ଗ୍ରାମପଞ୍ଚାୟତର ନଅ ଗୋଟି ଗ୍ରାମରେ ଲୋକଙ୍କୁ ମାଗଣାରେ ମାକ୍ସ ଯୋଗାଇଦେବା ପାଇଁ ପଣ କରିଛନ୍ତି ଗୌତମ ।

କୋରୋନାକୁ ହରାଇବାର ସଂକଳ୍ପ, ମାଗଣାରେ ମାସ୍କ ବାଣ୍ଟୁଛନ୍ତି ସ୍ବେଛାସେବୀ ଗୌତମ

ବୁଧବାର ପ୍ରଥମ କରି ଦେଓବାହାଲ, ଝୋଳପଥର, ରଜାମୁଣ୍ଡା ଗାଁରେ ମାକ୍ସ ବଣ୍ଟନ କରି ମହାମାରୀ କୋଭିଡ 19 ସମ୍ପର୍କରେ ବୁଝାଇଛନ୍ତି ଗୌତମ । ଆଗକୁ ଏହି ପକ୍ରିୟା ଜାରି ରଖିବା ସହ ଶୁନାମୁଦି, ବଡ଼ମହେଶ୍ବର, ଘରଧରା, କୁଲିଗାଁ, ତିଖାଲି ଏବଂ ସାନମହେଶ୍ବର ଗାଁରେ ଖୁବ ଶୀଘ୍ର ମାକ୍ସ ବଣ୍ଟନ କରିବେ ବୋଲି ସେ କହିଛନ୍ତି ।

ଗୌତମ କହିଛନ୍ତି ଯେ କୋଭିଡ 19କୁ ହରାଇବା ପାଇଁ ସମସ୍ତେ ସତର୍କତା ଗ୍ରହଣ କରିବାକୁ ପଡିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ମୁହୂର୍ତ୍ତର ନିୟମକୁ ପାଳନ କରିବାକୁ ପଡିବ। ଲକଡାଉନକୁ ସମର୍ଥନ ଜଣାଇ ସରକାରଙ୍କୁ ସହଯୋଗ କରିବାକୁ ହେବ । ବାରମ୍ବାର ହାତ ଧୋଇ ପରିଷ୍କାର ପରିଚ୍ଛନ୍ନତା ରହିବା ଦରକାର । ନିଜେ ବଞ୍ଚିବା ଏବଂ ଅନ୍ୟକୁ ବଞ୍ଚାଇବା । ତେବେ କୋରୋନା ବିରୋଧରେ ଲଢିବା ପାଇଁ ସମସ୍ତଙ୍କୁ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ଗୌତମ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.