ETV Bharat / state

ସ୍ବୟଂ ସହାୟକ ଗୋଷ୍ଠୀକୁ ତାଲିମ ଦେଇ ସ୍ବାବଲମ୍ବୀ କରୁଛନ୍ତି ସ୍ବେଚ୍ଛାସେବୀ ସଂଗଠନ

author img

By

Published : May 8, 2020, 12:05 AM IST

ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ କରୁଛନ୍ତି ସ୍ବେଚ୍ଛାସେବୀ ସଂଗଠନ। ସ୍ବେଚ୍ଛାସେବୀ ସଂଗଠନ ମହିଳା ମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରିବା ସହ ଜୈବିକ ପଦ୍ଧତିରେ ପିଆଜ ଚାଷ କରି ବେଶ ଲାଭବାନ ହୋଇଛନ୍ତି । ଅଧିକ ପଢନ୍ତୁ...

voluntary-organizations-empower-womens-self-help-groups-in-nuapada
ସ୍ବୟଂ ସହାୟକ ଗୋଷ୍ଠୀକୁ ତାଲିମ ଦେଇ ସ୍ବାବଲମ୍ବୀ କରୁଛନ୍ତି ସ୍ବେଚ୍ଛାସେବୀ ସଂଗଠନ

ନୂଆପଡା: ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ କରୁଛନ୍ତି ସ୍ବେଚ୍ଛାସେବୀ ସଂଗଠନ । ଏ ନେଇ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ସେଥିମଧ୍ୟରୁ ଏପିସି ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଅନ୍ୟତମ । ଗତ 3 ବର୍ଷ ମଧ୍ୟରେ ମହିଳା ଚାଷୀଙ୍କ ଆୟକୁ ଏହା ଦୁଇଗୁଣ କରିପାରିଛି ।

ନୂଆପଡା ଜିଲ୍ଲା ଖଡ଼ିଆଳ ଲୋକଦୃଷ୍ଟି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀ ମାନଙ୍କୁ ଉତ୍ସାହ ପ୍ରଦାନ କରାଯାଇଛି । ଲୋକଦୃଷ୍ଟି ସଂଗଠନର କ୍ଲଷ୍ଟର ସଂଯୋଜକ ବିଜୟଦାସ ତାଣ୍ଡି ଏବଂ ସହ ନିର୍ଦ୍ଦେଶକ ଭୂତେଶ କୁମାର ମେହେରଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଖଡ଼ିଆଳ ବ୍ଲକ ମହୁଳ କୋଟ ଗାଁ ଠାରେ ମା ମାଉଳି କୃଷି ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇଛି । ମା ମାଉଳି କୃଷି ଉତ୍ପାଦକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ଲୋକଦୃଷ୍ଟି ସ୍ବେଚ୍ଛାସେବୀ ସଂଗଠନ ଆବଶ୍ୟକୀୟ ତାଲିମ ପ୍ରଦାନ କରିବା ସହ ଜୈବିକ ପଦ୍ଧତିରେ 15 ଏକର ଚାଷ ଜମିରେ ନାସିକରେଟ N35 କିସମର ପିଆଜ ଚାଷ କରି ପ୍ରଚୁର ଲାଭବାନ ହୋଇଥିବା ଜଣାପଡିଛି ।

ଏହା ସହିତ ପନିପରିବା ବାଇଗଣ, ଟମାଟୋ, ଭେଣ୍ଡି ଏବଂ ଚିନାବାଦାମ ଚାଷ କରି ମହିଳା ମାନେ ଲାଭବାନ ହୋଇଥିବା କହିଛନ୍ତି । କେବଳ ମହୁଳକୋଟ ଗାଁରେ ନୁହେଁ , ଖଡ଼ିଆଳ ବ୍ଳକର 3000 ଏବଂ ବୋଡେ଼ନ ବ୍ଳକର 3000 ସମୁଦାୟ 6000 ମହିଳା ଚାଷୀଙ୍କୁ ଯୋଜନାରେ ସାମିଲ କରିଥିବା ଲୋକଦୃଷ୍ଟି ସହ ନିର୍ଦ୍ଦେଶକ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.