ETV Bharat / state

ଧରାପଡିଲା ପିଲା ଚୋର - Child Kidnapper in nuapada

9 ବର୍ଷର ଶିଶୁକୁ ଚୋରି କରି ନେଉଥିବାବେଳେ ପିଲାଚୋରକୁ କାବୁ କଲେ ସ୍ଥାନୀୟ ଲୋକେ । ଏ ନେଇ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶିଶୁର ବାପା ରମାକାନ୍ତ ମେହେର । ଅଧିକ ପଢନ୍ତୁ..

ଧରାପଡିଲା ପିଲା ଚୋର
ଧରାପଡିଲା ପିଲା ଚୋର
author img

By

Published : Jun 11, 2021, 10:31 PM IST

ନୂଆପଡା: ଖଡ଼ିଆଳ ଥାନା ଭୁଲିଆସିକୁଆ ଗ୍ରାମରେ ଅଭାବନୀୟ ଘଟଣା । 9 ବର୍ଷର ଶିଶୁକୁ ଚୋରି କରି ନେଉଥିବାବେଳେ ପିଲାଚୋରକୁ କାବୁ କଲେ ସ୍ଥାନୀୟ ଲୋକେ । ଏ ନେଇ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶିଶୁର ବାପା ରମାକାନ୍ତ ମେହେର ।

ଧରାପଡିଲା ପିଲା ଚୋର

ସୂଚନା ଅନୁସାରେ, ଶୁକ୍ରବାର ରମାକାନ୍ତ ମେହେରଙ୍କ 9 ବର୍ଷର ପୁଅ ସ୍ୱାଗତ ମେହେରଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ଚୋରି କରି ନେଉଥିଲା । ଶିଶୁଟି ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ଦୌଡ଼ି ଯାଇ ଶିଶୁକୁ ଉଦ୍ଧାର କରିବା ସହ ପିଲାଚୋରକୁ କାବୁ କରିଛନ୍ତି । ଖବର ପାଇ ଖଡ଼ିଆଳ ପୋଲିସ ଭୁଲିଆସିକୁଆ ଗାଆଁକୁ ଯାଇ ପିଲାଚୋରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପିଲାଚୋର ସେହି ଗ୍ରାମର ହିତେଶ ମେହେର ବୋଲି ଜଣାପଡିଛି । ଅପରପକ୍ଷେ ପିଲା ଚୋର ହିତେଶ ମେହେର କାହିଁକି ଏଭଳି କାମକରୁଥିଲା ତାହା ଅସ୍ପଷ୍ଟ ଥିବାବେଳେ । ତେବେ ପିଲାଚୋର ସାମାନ୍ୟ ମାନସିକ ବିକାରଗ୍ରସ୍ତ ଥିବା କୁହାଯାଉଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.