ETV Bharat / state

ସରକାରୀ ସହାୟତା ସାତ ସପନ, ଭଙ୍ଗା ଦଦରା ଘରେ ବିତୁଛି ମାଆ ଝିଅଙ୍କ ଜୀବନ - ଅସହାୟ ଉର୍ମିଳାଙ୍କ ପରିବାର

ନୂଆପଡା ଜିଲ୍ଲା ଗୋଇମୁଣ୍ଡି ଗାଁର ବୃଦ୍ଧା ମାଆ ସହ ଦୁଃଖରେ ଦିନ କାଟୁଛନ୍ତି ଝିଅ ସୁନିତା କାଣ୍ଡ। ସରକାରଙ୍କ ଅନେକ ଯୋଜନା ଥିଲେ ବି ଅସହାୟ ପାଲଟିଛି ଏହି ପରିବାର । ଅଧିକ ପଢନ୍ତୁ

government assistance for treatment
government assistance for treatment
author img

By

Published : Jul 24, 2023, 2:11 PM IST

ଭଙ୍ଗା ଦଦରା ଘରେ ବିତୁଛି ମାଆ ଝିଅଙ୍କ ଜୀବନ

ନୂଆପଡା: କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ମାଳମାଳ ଯୋଜନା । ହେଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଗରୀବ ଲୋକଙ୍କ ପାଖରେ ସରକାରୀ ଯୋଜନା ଏବେବି ଅପହଞ୍ଚ । ଗ୍ରାମାଞ୍ଚଳରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି । ଆମେ କହୁଛୁ ନୂଆପଡ଼ା ଜିଲ୍ଲା ଗୋଇମୁଣ୍ଡି ଗାଁ ର ଅସହାୟ ବୃଦ୍ଧା ଉର୍ମିଳା କାଣ୍ଡ ଓ ତାଙ୍କ ସ୍ୱାମୀ ପରିତ୍ୟକ୍ତା ଝିଅ ସୁନିତା କାଣ୍ଡ କଥା । ଭଙ୍ଗା ଦଦରା ଘରେ ବିତୁଛି ମାଆ ଓ ଝିଅଙ୍କ ଜୀବନ । ଘରର ମାଟି କାନ୍ଥ ଫାଟି ଆଁ କରିଥିବା ବେଳେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ପ୍ରବେଶ କରୁଛି ଘରକୁ । ଆଉ ବର୍ଷା ଦିନ କଥା ନ କହିବା ଭଲ । ଭାଗ୍ୟକୁ ଆଦରି ଏହି ଭଙ୍ଗା ଦଦରା ଘରେ ପଡି ରହିଛନ୍ତି ମାଆ ଓ ଝିଅ । ଗରିବଙ୍କ ପାଇଁ ସରକାର କରିଥିବା ମାଳମାଳ ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ । ଏମାନେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ସରକାରଙ୍କ ଅନେକ ଯୋଜନା ଥିଲେ ବି ଆଜି ଅସହାୟ ଏହି ପରିବାର ।

ଏହା ମଧ୍ୟ ପଢନ୍ତୁ- ମିଳୁନି ପକ୍କା ଘର, ଅସହାୟ ଜୀବନ କାଟୁଛନ୍ତି ଗୁରୁବାରୁଙ୍କ ପରିବାର

ଜିଲ୍ଲାର ସଦରମହକୁମାଠାରୁ 60 କିମି ଦୂରତା 353 ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡି ଗାଁ । ଆଉ ଏହି ଗାଁ'ରେ ବାସ କରନ୍ତି 80 ବର୍ଷୀୟା ଅସହାୟ ବୃଦ୍ଧା ମହିଳା ଉର୍ମିଳା କାଣ୍ଡ ଏବଂ ସ୍ୱାମୀ ପରିତ୍ୟକ୍ତା 30 ବର୍ଷୀୟା ଝିଅ ସୁନିତା କାଣ୍ଡ । ଆଜକୁ ପ୍ରାୟ ଦୁଇ ବର୍ଷ ହେବ ଚିକିତ୍ସା ଅଭାବରୁ ବିଛଣାରେ ପଡ଼ି ରହିଛନ୍ତି ଉର୍ମିଳା କାଣ୍ଡ । ବୃଦ୍ଧା ଉର୍ମିଳା କାଣ୍ଡ ଗାଁ ଦାଣ୍ଡରେ ଚାଲୁଥିବା ବେଳେ ଝୁଣ୍ଟି ପଡ଼ି ଡାହାଣ ଗୋଡ଼ ଭାଙ୍ଗି ଯାଇଛି । ଉର୍ମିଳାଙ୍କ ସ୍ୱାମୀ ପରିତ୍ୟକ୍ତା ଝିଅ ସୁନିତା କାଣ୍ଡ ଧାର କରଜ କରି ମାଆ ଉର୍ମିଳାଙ୍କ ଚିକିତ୍ସା କରାଇଥିଲେ । ହେଲେ ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ନାହିଁ ଉର୍ମିଳା । ଉର୍ମିଳାଙ୍କ ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଏହା ମଧ୍ୟ ପଢନ୍ତୁ- କିଡନୀ ରୋଗରେ ପୀଡ଼ିତ ପତ୍ନୀ, ସରକାରୀ ସହାୟତା ଅପେକ୍ଷାରେ ଅସହାୟ କୁବେର

ଏବେ ସ୍ୱାମୀ ପରିତ୍ୟକ୍ତା ଝିଅ ସୁନିତା କାଣ୍ଡର ଦୁଃଖ ମଧ୍ୟ ଦ୍ବିଗୁଣିତ ହୋଇଯାଇଛି । 8 ବର୍ଷ ପୂର୍ବେ କୋମନା ବ୍ଲକ ଡୁମେରବାହାଲ ଗାଁରେ ଝିଅ ସୁନିତାଙ୍କ ବିବାହ ହୋଇଥିଲା। ସେଠାରେ ସ୍ୱାମୀ,ଶ୍ବଶୂର, ଶାଶୂଙ୍କ ନିର୍ଯାତନା ସହି ନପାରି ନିଜ ଗାଁ ଗୋଇମୁଣ୍ଡିକୁ ଚାଲି ଆସି ଅସହାୟ ମାଆ ପାଖରେ ଆଶ୍ରୟ ନେଇଛନ୍ତି ସୁନିତା । ଏବେ ଉଭୟେ ମାଆ ଝିଅ ଦୁହେଁ ଦୁହିଁଙ୍କ ପାଇଁ ବୋଝ ପାଲଟିଯାଇଛନ୍ତି । ଏହି ପରିବାରକୁ ଆବାସ ଗୃହ, ଅସହାୟ ଉର୍ମିଳା କାଣ୍ଡଙ୍କୁ ଚିକିତ୍ସା ସହାୟତା ଓ ସ୍ୱାମୀ ପରିତ୍ୟକ୍ତା ସୁନିତା ପାଇଁ ଭତ୍ତା ଯୋଗାଇଦେବା ଜରୁରୀ ହୋଇ ପଡିଛି।

ଏନେଇ ଖଡିଆଳ ବିଡିଓ ବିରସେନ ବେହେରା କହିଛନ୍ତି, "ଉର୍ମିଳାଙ୍କ ଗୋଡ଼ ଭାଙ୍ଗିଯିବା ଘଟଣା ବିଷୟରେ ଏବେ ଜାଣିବାକୁ ପାଇଲି । ସେମାନଙ୍କୁ ସରକାରୀ ସହାୟତା ଯାହା ଯୋଗାଇ ହେବ ତାହା ଯୋଗାଇବାକୁ ଚେଷ୍ଟା କରୁଛି ।"

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.