ନୂଆପଡା: ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳ ପ୍ରପାତ ପର୍ଯ୍ୟଟନ କ୍ଷେତ୍ରରେ ଅଘଟଣ । ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ 3ଜଣ ବ୍ୟକ୍ତି ପାଣିରେ ଭାସି ଯାଇଥିବା ଜଣାପଡିଛି । ନିଖୋଜଙ୍କ ମଧ୍ୟରୁ 2 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଜଣଙ୍କୁ ଖୋଜା ଖୋଜି କରୁଛି ଦମକଳ ବାହୀନି ।
ଏହି 3 ଜଣ ବ୍ୟକ୍ତି ନୂଆପଡା ସଦର ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନ କର୍ମଚାରୀ ବୋଲି ଜଣାପଡିଛି । ଖବରପାଇ ନୂଆପଡା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜିବା ପରେ 2 ଜଣଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ଦ୍ବୟ ହେଉଛନ୍ତି ଅମିତ ଗୁପ୍ତା ଏବଂ ରାଜ କୁମାର ଗୁପ୍ତା ।
ଅନ୍ୟପଟେ ଦୀର୍ଘ ସମୟ ଖୋଜା ଖୋଜି ପରେ ମଧ୍ୟ ମଦ ଦୋକାନ ମ୍ୟାନେଜର ନିଲେସ ସିଂଙ୍କ ପତ୍ତା ମିଳିନାହିଁ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ