ETV Bharat / state

ଦାବି ପୂରଣ ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

author img

By

Published : Nov 20, 2022, 8:59 AM IST

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକରେ ବିଭିନ୍ନ ଦାବି ନେଇ ଗର୍ଜିଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ (Teachers Union stage protest on various demands)। ଦାବି ପୂରଣ ନହେଲେ 27ରେ ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଚେତାବନୀ । ଅଧିକ ପଢନ୍ତୁ

ଦାବି ପୂରଣ ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ
ଦାବି ପୂରଣ ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ନୂଆପଡା: ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନକ୍ରମେ ଗତକାଲି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଶାଳ ରାଲି ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି (Teachers Union stage protest on various demands)। ଶିକ୍ଷକ ସଂଘ ସଭାପତି ଗଣେଶ ଚନ୍ଦ୍ର ଦୁବେ, ସମ୍ପାଦକ ପୁରୋଷୋତ୍ତମ ସଗରିଆଙ୍କ ନେତୃତ୍ବରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରୀତ ହୋଇଥିଲେ । ବିଶାଳ ରାଲିରେ ଶିକ୍ଷକ ଶିକ୍ଷୟତ୍ରୀ ସହର ପରିକ୍ରମା କରିବାପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ନିକଟରେ ଚୁକ୍ତିଭିତ୍ତିକ 57 ହଜାର ଚାକିରିକୁ ନିୟମିତ ଚାକିରି ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଦୁର୍ଭାଗ୍ୟର ବିଷୟ ପ୍ରାଥମିକ ଶିକ୍ଷକମାନଙ୍କୁ ସେଥିରେ ସାମିଲ କରାଯାଇ ନାହିଁ । ତୁରନ୍ତ ସାମିଲ କରିବା ପାଇଁ ଦାବି କରିଛନ୍ତି । ସେହିଭଳି ଅନ୍ୟାନ୍ୟ ରାଜ୍ୟରେ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉଥିବା ବେଳେ ଓଡିଶା ସରକାର ଦେଉନାହାଁନ୍ତି । କେନ୍ଦ୍ରୀୟ ହାର ଦରମା ତୁରନ୍ତ ଲାଗୁ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ସେହିପରି ନୂତନ ପେନସନ ଯୋଜନାକୁ ରଦ୍ଦ କରି ପୁରାତନ ପେନସନ ଯୋଜନାକୁ ବଳବତ୍ତର ରଖାଯାଉ ବୋଲି ଆଜି ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛି । ଦାବି ପୂରଣ ନହେଲେ ଚଳିତ ମାସ 27 ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ସଂଘ ଚେତାବନୀ ମଧ୍ୟ ଦେଇଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.