ETV Bharat / state

ଖଡିଆଳ କଲେଜରେ ଆଡମିଶନ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ

ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ରି ଏଡ଼ମିଶନ ଅହେତୁକ ଫିଜ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଫି ହ୍ରାସ କରିବା ଦାବୀରେ ଛାତ୍ର ଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

କଲେଜ ଆଡମିଶନ ଫି ବୃଦ୍ଧିକୁ ନେଇ ଛାତ୍ର ଅସନ୍ତୋଷ

author img

By

Published : Sep 29, 2020, 10:58 PM IST

ନୂଆପଡା: ଜିଲ୍ଲା ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ କଲେଜ କ୍ୟାମ୍ପସ ସରଗରମ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଲେଜ ଛାତ୍ରଛାତ୍ରୀଙ୍କ ରି-ଆଡ଼ମିଶନ ଓ ଅହେତୁକ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

କଲେଜ ଆଡମିଶନ ଫି ବୃଦ୍ଧିକୁ ନେଇ ଛାତ୍ର ଅସନ୍ତୋଷ

ମହାମାରୀ କୋଭିଡ19 ଗରିବ ଛାତ୍ରଛାତ୍ରୀଙ୍କ ପରିବାରର ରୋଜଗାର ଛଡାଇ ନେଇଛି । ଲକଡାଉନ-ସଟଡାଉନ ଭିତରେ ଅବିଭାବକ ମାନେ ରୋଜଗାର ନପାଇ ଦୁଃଖ କଷ୍ଟରେ ପରିବାର ଚଳାଉଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବାରେ ଭାଙ୍ଗିପଡିଛନ୍ତି ଅବିଭାବକ । ଧନୀ ଶ୍ରେଣୀ ର ଅବିଭାବକ ମାନେ ଲକ୍ଷାଧିକ ଟଙ୍କା ଖର୍ଚକରି ଦେଶବିଦେଶରେ ନିଜ ପିଲା ମାନଙ୍କୁ ପାଠ ପଢ଼ାଉଥିବାବେଳେ, ଗରିବ ଛାତ୍ରଛାତ୍ରୀ ମାନଙ୍କ ପାଇଁ କେବଳ ଏକମାତ୍ର ସାହା ଭରସା ସରକାରୀ କଲେଜ । ସେଇଠି ପୁଣି ରି-ଆଡ଼ମିଶନ ଫିଜ ହଜାର ହଜାର ଟଙ୍କା ପଡ଼ୁଥିବାରୁ ଚିନ୍ତାରେ ଭାଙ୍ଗି ପଡିଛନ୍ତି ଗରିବ ଛାତ୍ରଛାତ୍ରୀ । ରୀ ଏଡ଼ମିଶନ ଫିଜ ହ୍ରାସ କରିବା ଦାବୀରେ ଆଜି ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ କଲେଜ କ୍ୟାମ୍ପସରେ ବିକ୍ଷୋଭ ପ୍ରଦର୍ଶନ କରି କଲେଜ ପ୍ରିନ୍ସିପାଲଙ୍କୁ ଦାବିପତ୍ର ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.