ETV Bharat / state

ଅନୁସୂଚିତ ଛାତ୍ରଛତ୍ରୀଙ୍କ ସୁରକ୍ଷା ଦାବିରେ ଗଣଧାରଣା

ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସିନୀ ଛାତ୍ରଛାତ୍ରୀ ନିବାସରେ ଅସୁରକ୍ଷିତ । ଏହି ଅଭିଯୋଗ ନେଇ ଜିଲ୍ଲା ଅନୁସୂଚିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଏହି ଧାରଣା ଦିଆଯାଇଥିଲା । ଅଧିକ ପଢନ୍ତୁ...

author img

By

Published : Mar 2, 2020, 7:49 PM IST

ଅନୁସୂଚିତ ଛାତ୍ରଛତ୍ରୀଙ୍କୁ ସୁରକ୍ଷା ଦାବିରେ ଧାରଣା

ନୂଆପଡା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା। ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସିନୀ ଛାତ୍ରଛାତ୍ରୀ ନିବାସରେ ଅସୁରକ୍ଷିତ । ଏସବୁ ଅଭିଯୋଗ ନେଇ ଜିଲ୍ଲା ଅନୁସୂଚିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଏହି ଧାରଣା ଦିଆଯାଇଥିଲା।

ତେବେ ନିରୀହ ଅନୁସୂଚିତ ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ଜିଲ୍ଲାରେ ଜୁଲୁମ ଚାଲିଥିବା ଅଭିଯୋଗ କରାଯାଇଛି । ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଛନ୍ତି। ସେମାନେ ତୁରନ୍ତ ଚାକିରିରୁ ଇସ୍ତଫା ଦିଅନ୍ତୁ ଏବଂ ମୃତ ଛାତ୍ରଛାତ୍ରୀଙ୍କ ପରିବାରଙ୍କୁ କ୍ଷତିପୂରଣ ଆଦି ଦାବିରେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲା ଅନୁସୂଚିତ ଅଧିକାର ମଞ୍ଚ।

ସୂଚନା ଅନୁସାରେ, ସିନାପାଲି ବ୍ଲକ କୁସୁମଜୋର ରାଧାକୃଷ୍ଣ ହାଇସ୍କୁଲର ଦଶମ ଶ୍ରେଣୀଛାତ୍ରୀ ଗର୍ଭବତୀ ହେବା, କିଛିଦିନପରେ କୋମନା ବ୍ଲକ ଦରଲୀପଡା ସେବାଶ୍ରମ ସ୍କୁଲର ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା ମନରୁ ଯାଇନଥିବାବେଳେ ନୂଆପଡା ବ୍ଲକ କୁକୁରିମୁଣ୍ଡି ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଚୁନେଶ୍ବରୀ ହରିଜ ମୃତ୍ୟୁ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ଏଭଳି ଛାତ୍ରଛାତ୍ରୀ ମୃତ୍ୟୁ ଘଟଣାକୁ ନିନ୍ଦାକରି ସୋମବାର ଜିଲ୍ଲା ଦଳିତ ଅଧିକାର ମଞ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ଗଣଧାରଣା ଦେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.