ETV Bharat / state

Panchayat Election: ଦିନିକିଆ ନୂଆପଡା ଗସ୍ତରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG - ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନୂଆପଡା ଗସ୍ତ

ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ପୁରା ପ୍ରସ୍ତୁତି ଶେଷ ହୋଇଥିବାବେଳେ ଚାଲିଛି ଜୋରଦାର ପ୍ରଚାର । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ପୁରା ଦମ ଲଗାଇ ଦେଇଛି । ଅଧିକ ପଢନ୍ତୁ

DIG
DIG
author img

By

Published : Feb 9, 2022, 9:34 PM IST

ନୂଆପଡା: ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ପୁରା ପ୍ରସ୍ତୁତି ଶେଷ ହୋଇଥିବାବେଳେ ଚାଲିଛି ଜୋରଦାର ପ୍ରଚାର । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ପୁରା ଦମ ଲଗାଇ ଦେଇଛି ।

ଆଜି ମାଓ ଅଧ୍ୟୁଷିତ ତଥା ସୀମାବର୍ତ୍ତୀ ନୂଆପଡା ଜିଲ୍ଲାକୁ ଦିନିଆ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ । ଗସ୍ତବେଳେ ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ସିନାପାଲି, କୋମନା, ନୂଆପଡା ଥାନା ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଦିନିକିଆ ନୂଆପଡା ଗସ୍ତରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG

ନୂଆପଡା ଜିଲ୍ଲା ଏକ ମାଓ ପ୍ରବଣ ଜିଲ୍ଲା ସହ ଛତିଶଗଡ ସୀମା ସହ ଲାଗି ରହିଥିବା କାରଣରୁ ସୀମାବର୍ତ୍ତୀ ଅଞ୍ଚଳକୁ ସିଲ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଆଇଜି ପଣ୍ଡିତ । ମାଓପ୍ରବଣ ଥାନା କୋମନା, ସିନାପାଲି, ଧର୍ମବନ୍ଧା ଅଞ୍ଚଳର ସମ୍ବେଦନ ସିଲ ବୁଥ ଗୁଡିକୁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଏହାଛଡା ମାଓ ପ୍ରବଣ ଅଞ୍ଚଳ ଗୁଡିକରେ ଏବେ ମଧ୍ୟ ଯବାନଙ୍କ କୁମ୍ବିଂ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.