ETV Bharat / state

ସରିଲା ସଂସ୍କୃତି ଐତିହ୍ୟ ପରମ୍ପରା ଉପରେ ଆଧାରିତ ଗୀତର ସୁଟିଂ - ସମ୍ବଲପୁରୀ ଆଲବମ ସୁଟିଂ ଶେଷ

ଖୁବଶୀଘ୍ର ସଂସ୍କୃତି ଐତିହ୍ୟ ପରମ୍ପରା ଉପରେ ଆଧାରିତ ଗୀତ ଦେଖିବାକୁ ମିଳିବ । ଏହି ନୂଆ ସମ୍ବଲପୁରୀ ଗୀତର ବେଶ୍ ଚର୍ଚ୍ଚା ଚାଲିଛି । ଅଧିକ ପଢନ୍ତୁ...

ସରିଲା ସଂସ୍କୃତି ଐତିହ୍ୟ ପରମ୍ପରା ଉପରେ ଆଧାରିତ ଗୀତର ସୁଟିଂ

author img

By

Published : Mar 22, 2021, 3:58 PM IST

ନୂଆପଡା: ସଂସ୍କୃତି ସମ୍ପନ୍ନ ନୂଆପଡା ଜିଲ୍ଲା ଦୋହେଲପଡା ଗ୍ରାମ ମାଁ ହରଗୌରୀ ମ୍ୟୁଜିକ ନିବେଦିତରେ ସମ୍ବଲପୁରୀ ଆଲବମ ସୁଟିଂ ଶେଷ ହୋଇଯାଇଛି। ନୂଆପଡା ଜିଲ୍ଲାର ସଂସ୍କୃତି ଐତିହ୍ୟ ପରମ୍ପରା ଉପରେ ଆଧାରିତ ଗୀତକୁ ସାମ୍ବାଦିକ ବିଜୟ କୁମାର ସହିସ ରଚନା କରିଥିବାବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁନାମଧନ୍ୟ ନିର୍ଦ୍ଦେଶକ ହେମନ୍ତ କଠାର।

ସରିଲା ସଂସ୍କୃତି ଐତିହ୍ୟ ପରମ୍ପରା ଉପରେ ଆଧାରିତ ଗୀତର ସୁଟିଂ

ଗୀତକୁ ଚମତ୍କାର ଭାବରେ ଗାଇଛନ୍ତି ପଶ୍ଚିମ ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରକାଶ ଜାଲ। ନୃତ୍ୟ ନିର୍ଦ୍ଦେଶକ ଭାବରେ ପବିତ୍ର କୈବର୍ତ କାର୍ଯ୍ୟ ତୁଲାଇଛନ୍ତି । ଆଉ ଅଭିନୟ କରୁଥିବାର ନଜର ଆସିବେ ମାନିନୀ ଚୌହାନ, ଅର୍ପଣ ବାରିକ, ଆରୟନ ମିଶ୍ର, ସର୍ମିଷ୍ଠା ରାଉତ, ସ୍ବୟଂ ଦଣ୍ଡସେନା ।

ସେହିଭଳି କ୍ୟାମେରା ଲେନ୍ସରେ ପ୍ରଶାନ୍ତ ଭୋଇଙ୍କ ଜଲୱା ଦେଖାଇଛନ୍ତି । ପ୍ରଡ୍ୟୁସର ଯୁବ କଳାକାର ନାରାୟଣ ରାଉତଙ୍କ ତତ୍ବାବଧାନରେ ଏହି ସମ୍ବଲପୁରୀ ଆଲବମ ବେଶ୍ ଲୋକପ୍ରିୟତା ହାସଲ କରିବ ବୋଲି ନୂଆପଡା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.