ETV Bharat / state

ଏଣିକି ଘରେ ଘରେ ରାସନ ପହଞ୍ଚାଇବ ଏସଏଚଜିଙ୍କ ଭ୍ରାମ୍ୟମାଣ କିରାନା ଦୋକାନ

author img

By

Published : Apr 12, 2020, 11:40 PM IST

Updated : Apr 13, 2020, 5:29 PM IST

ଲକଡାଉନ ସମୟରେ ଲୋକଙ୍କ ପାଖରେ ଆବଶ୍ୟକୀୟ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ଜିଲ୍ଲାର ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିଆରା ପ୍ରୟାସ ।

nuapada latest news, nuapada lockdown, shg's movable grocery shop in nuapada, movable grocery shop, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ନୂଆପଡା ଲକଡାଉନ, ନୂଆପଡାରେ ଏସଏଚଡିଙ୍କ ଭ୍ରାମ୍ୟମାଣ କିରାନା ଦୋକାନ, ଭ୍ରାମ୍ୟମାଣ କିରାନା ଦୋକାନ
xଏଣିକି ରାସନ ପହଞ୍ଚାଇବ ଏସଏଚଜିଙ୍କ ଭ୍ରାମ୍ୟମାଣ କିରାନା ଦୋକାନ

ନୂଆପଡା: ଲକଡାଉନ ସମୟରେ ଲୋକଙ୍କ ପାଖରେ ଆବଶ୍ୟକୀୟ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ଜିଲ୍ଲାର ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିଆରା ପ୍ରୟାସ । ନୂଆପଡା ଜିଲ୍ଲା ସୀମାନ୍ତ ବଲାଙ୍ଗୀର ଜିଲ୍ଲା ସିନ୍ଦେକେଲା ବ୍ଲକର ମା’ ଅଭୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଜୟ ଜଗନ୍ନାଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମିଳିତ ଭାବେ ଆରମ୍ଭ କରିଛନ୍ତି ଏହି ପ୍ରୟାସ ।

ଏକ ପିକଅପ ଭ୍ୟାନ ସାହାଯ୍ୟରେ ଏମାନେ ଆରମ୍ଭ କରିଛନ୍ତି ଭ୍ରାମ୍ୟମାଣ କିରାନା ଦୋକାନ । ଡାଲି, ଆଳୁ, ଚିନି, ତେଲ, ଅଟା, ଲୁଣ ଏବଂ ତଟକା ପନିପରିବା ଭ୍ୟାନରେ ଲୋଡ଼ କରି ନୂଆପଡା ଜିଲ୍ଲାର ବିଭିନ୍ନ ଗ୍ରାମରେ ବିକ୍ରି କରୁଥିବା ଦେଖାଦେଇଛି । ଲକଡାଉନ କାରଣରୁ ଲୋକେ ବାହାରକୁ ବାହାରି ଘରକରଣା ସାମଗ୍ରୀ କିଣି ପାରୁନାହାଁନ୍ତି । ଏଭଳି ବିପଦ ସମୟରେ ଅତ୍ୟାବଶ୍ୟକୀୟ ଜିନିଷ ପତ୍ର ଘର ଘରକୁ ପହଞ୍ଚାଇବାର ଦାୟିତ୍ବ ଗ୍ରହଣ କରିଛନ୍ତି ଏହି ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ।

ଏଣିକି ଘରେ ଘରେ ରାସନ ପହଞ୍ଚାଇବ ଏସଏଚଜିଙ୍କ ଭ୍ରାମ୍ୟମାଣ କିରାନା ଦୋକାନ

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Apr 13, 2020, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.