ETV Bharat / state

ଆବାସିକ ବିଦ୍ୟାଳୟରେ ରାତ୍ରି ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

author img

By

Published : Feb 3, 2023, 4:02 AM IST

ରାତିରେ ପିଲାଙ୍କୁ ଦିଆଯାଇଥିଲା ଖାଦ୍ୟ । ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ ୨୧ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

student feel sick
ଛାତ୍ରଛାତ୍ରୀ ଅସୁସ୍ଥ
ଛାତ୍ରଛାତ୍ରୀ ଅସୁସ୍ଥ

ନୂଆପଡ଼ା : ରାତ୍ରି ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ । ନୂଆପଡା ଜିଲ୍ଲା କୋମନା ବ୍ଲକ ସାଲେଭଟା ପ୍ରାଥମିକ ବିଦ୍ୟାଳୟ ଋତୁକାଳୀନ ଆବାସିକ ବିଦ୍ୟାଳୟରେ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ସ୍କୁଲରେ ୪୪ ଜଣ ଛାତ୍ରଛାତ୍ରୀ ପାଠପଢ଼ନ୍ତି । ବୁଧବାର ରାତ୍ରି ଭୋଜନ ବେଳେ ୪୪ ଜଣ ଛାତ୍ରଛାତ୍ରୀଙ୍କୁ ଭାତ, ଡାଲି, ଅଣ୍ଡା ଖାଇବାକୁ ଦେଇଥିଲେ ଶିକ୍ଷକ । ଖାଇବାର କିଛି ସମୟ ପରେ ୨୧ ଜଣ ଛାତ୍ରଛାତ୍ରୀଙ୍କ ପେଟ ବ୍ୟଥା ହେବାସହ ବାନ୍ତି ହୋଇଥିଲା ।

ଏହାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ହଳଧର ଶବର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ତୁରନ୍ତ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ହେବାପରେ ବିଳମ୍ବିତ ରାତ୍ରିରେ ଛାତ୍ରଛାତ୍ରୀ ସୁସ୍ଥ ଅନୁଭବ କରିଥିଲେ । ପରେ ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ନେଇ ଯାଇଥିଲେ । ଆଜି ପୁଣି ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଯୋଗୁଁ ତାଙ୍କୁ ପୁଣି ଚିକିତ୍ସା ପାଇଁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବଦହଜମି କାରଣରୁ ପିଲା ଅସୁସ୍ଥ ହେବାସହ ସେମାନଙ୍କୁ ଜ୍ବର ହେଉଛି ବୋଲି ଚିକିତ୍ସାଧୀନ ଡାକ୍ତର କହିଥିଲେ । ତେଣୁ ବିଷାକ୍ତ ଖାଦ୍ୟ କାରଣରୁ ଏଭଳି ହୋଇଥିବା ଜଣାପଡିଛି ।

ଏହାମଧ୍ୟ ପଢ଼ନ୍ତୁ. ଫେବୃଆରୀ 21ରୁ ବିଧାନସଭା ବଜେଟ ଅଧିବେଶନ, 24ରେ ଆଗତ ହେବ ରାଜ୍ୟ ବଜେଟ

ସେହିପରି ଗତ ଜାନୁଆରୀ ୨୬ ତାରିଖରେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଖପୁରିଆପଦା ଗାଁ ସ୍କୁଲରେ ସରସ୍ବତୀ ପୂଜା ଭୋଜି ଖାଇ ୧ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କର ବି ପ୍ରଥମେ ମୁଣ୍ଡ ବୁଲାଇଥିଲା । ପରେ ପେଟ କାଟି ବାନ୍ତି ହୋଇଥିଲା । ଛାତ୍ରଛାତ୍ରୀଙ୍କର ଅସୁସ୍ଥତା ଦେଖି ପରିବାର ଲୋକେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ସେଥିରୁ କିଛି ଛାତ୍ରଛାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଖାଦ୍ୟଜନିତ ବିଷକ୍ରିୟା ଯୋଗୁଁ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଥିଲା ।

ଖାଲିସେତିକି ନୁହେଁ ବାଲେଶ୍ବରରେ ଜିଲ୍ଲା ସୋର ବ୍ଲକ ବଡ଼ଖୁରି ଏମଇ ସ୍କୁଲରେ ଜାନୁଆରୀ ୨୮ ତାରିଖ ଦିନ ମଧ୍ୟାହ୍ନ ଭୋଜନ ଖାଇ ୧୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେହିପରି ଏକ ଶୁଦ୍ଧିକ୍ରିୟା ଭୋଜି ଖାଇ ୬୦ ଜଣ ଅସୁସ୍ଥ ହୋଇପଡ଼ିଲେ । ଜାନୁଆରୀ ୧୯ ତାରିଖରେ କଟକ ସାଲେପୁର ପାଗା ଲକ୍ଷ୍ମୀନାରାୟଣପୁର ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.