ନୂଆପଡା: ଖଡିଆଳ ବ୍ଲକ ନେହେନା ସେବାଶ୍ରମ ବିଦ୍ୟାଳୟରେ କୃତ୍ରିମ ବନ୍ୟା। ଅଦିନିଆ ବର୍ଷାରେ ଜଳ ମଗ୍ନ ହୋଇପଡିଛି ସେବାଶ୍ରମ । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଅନ୍ତେବାସୀ ।
ପାଣି ଯାତାୟତ କରୁଥିବା କଲଭଟକୁ ଜନୈକ ବ୍ୟକ୍ତି ଅସମାଜିକ ବ୍ୟକ୍ତି ବନ୍ଦ କରି ଦେବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ମଇଳା ଓ ଦୂଷିତ ପାଣି ସ୍କୁଲ ଭିତରେ ପସିଯିବାରୁ ଯାତାୟତ କରିବାରେ ବାଧା ସୃଷ୍ଟି ହେଉଥିବାବେଳେ ସେବାଶ୍ରମ ପରିଷରରୁ ପାଣିକୁ ନିଷ୍କାସନ କରାଯାଉ ନାହିଁ ।
ପ୍ରଧାନ ଶିକ୍ଷକ ଓ ପ୍ରଶାସନର ନିଷ୍କ୍ରିୟତାର କାରଣରୁ ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ, ଦୂଷିତ ମଇଳା ପାଣିରେ ଛାତ୍ରଛାତ୍ରୀ ଖେଳାକୁଦ କରୁଥିବାବେଳେ, କାଛୁ କୁଣ୍ଡିଆ, ଚର୍ମ ରୋଗକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ