ନୂଆପଡା: ଜିଲ୍ଲା ଖଡ଼ିଆଳ ସମଲେଇ ସେନା ଓ ପଶ୍ଚିମାଞ୍ଚଳ ଏକତାମଞ୍ଚ ଆନୁକୂଲ୍ୟରେ ବାଦୀଗ୍ରାମ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସମ୍ବଲପୁରୀ ଦିନ ଉତ୍ସବ 2020 ପାଳିତ ହୋଇଯାଇଛି ।
ସମ୍ବଲପୁରୀ ଦିନ ଉତ୍ସବ ଆୟୋଜିତ ସାଂସ୍କୃତିକ ସଭାରେ ସମଲେଇ ସେନା ଅଧ୍ୟକ୍ଷ ପ୍ରଦୀପ କୁମାର ଢ଼ିଣ୍ଡିଆ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବରେ ସମ୍ବଲପୁରୀ ନାଟ୍ୟକାର ଜିତେନ୍ଦ୍ର ନାଥ ପଟ୍ଟନାୟକ, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ତରୁଣ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ‘ଇଟିଭି ଭାରତ’ ସାମ୍ବାଦିକ ମୋତିଲାଲ ବାଗ ମଞ୍ଚାସିନ ହୋଇ ଉଦବୋଧନ ଦେଇଥିଲେ । ସମ୍ବଲପୁରୀ ଭାଷା ଗବେଷକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ପୁଣ୍ୟ ଜନ୍ମତିଥି ଅଗଷ୍ଟ ମାସ 1 ତାରିଖ ଅଟେ । ଏହି ମହାନ ଦିବସକୁ ପଶ୍ଚିମ ଓଡିଶାବାସୀ ସମ୍ବଲପୁରୀ ଦିନ ଉତ୍ସବ ଭାବରେ ସେଲିବ୍ରେଟ କରୁଛନ୍ତି ।
ଆଜିର ଏହି ପବିତ୍ର ଦିନକୁ ସମ୍ବଲପୁରୀ ଦିନ ଭାବରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମ ଠାରେ ମଧ୍ୟ ପାଳିତ ହୋଇଯାଇଛି । ସମ୍ବଲପୁରୀ ଭାଷା ସାହିତ୍ୟ ଐତିହ୍ୟ ପରମ୍ପରା ମହାନ । ସମ୍ବଲପୁରୀ ଭାଷାର ରଙ୍ଗବତୀ ଗୀତ ସାରା ବିଶ୍ୱରେ ଚହଳ ପକାଇଛି । ଯାହାକି ଆମ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ଅଟେ । ଆଗାମୀ ପିଢି ଆଗକୁ ଆସି ସମ୍ବଲପୁରୀ ଭାଷା ସାହିତ୍ୟ ଉପରେ କାମକରି ଜଣେ ସମ୍ବଲପୁରିଆ ଭାବରେ ଦେଶରେ ସୁନାମ ଅର୍ଜନ କରିବା ପାଇଁ ଅତିଥି ଗଣ ଆହ୍ବାନ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ