ETV Bharat / state

ଫୋକଟପଡା ଗାଁରେ ଶୋଚନୀୟ ପରିମଳ ବ୍ୟବସ୍ଥା, ରାସ୍ତା ଉପରେ ଡ୍ରେନ ପାଣି

author img

By

Published : Jul 5, 2021, 10:11 AM IST

Updated : Jul 5, 2021, 11:42 AM IST

ଖଡ଼ିଆଳ ବ୍ଲକ ଅଧିନସ୍ଥ ଗଡ୍ରାମୁଣ୍ଡା ଗ୍ରାମପଞ୍ଚାୟତ ଫୋକଟପଡା ଗାଁରେ ଶୋଚନୀୟ ହୋଇପଡିଛି ପରିମଳ ବ୍ୟବସ୍ଥା । ଫେଲ ମାରିଛି ସ୍ବଚ୍ଛ ଭାରତ ଅଭିଯାନ। ଅଧିକ ପଢନ୍ତୁ...

ଫୋକଟପଡା ଗାଁରେ ଶୋଚନୀୟ ପରିମଳ ବ୍ୟବସ୍ଥା , ରାସ୍ତା ଉପରେ ଡ୍ରେନ ପାଣି

ନୂଆପଡା:ଜିଲ୍ଲା ସଦର ମହକୁମା ଠାରୁ 70 କିଲୋମିଟର ଦୂରରେ ଅବସ୍ଥିତ ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ଖଡ଼ିଆଳ ଗାଁ । ଏହି ଗାଁରେ ଥିବା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଛି ଗଡ୍ରାମୁଣ୍ଡା ଗ୍ରାମପଞ୍ଚାୟତ ଫୋକଟପଡା। ଯାହାକି ଗଡ୍ରାମୁଣ୍ଡା ଗ୍ରାମପଞ୍ଚାୟତର ଏକ ବଡ ଜନବସତି ଅଟେ। ଦୀପ ତଳ ଅନ୍ଧାର ସଦୃଶ ଫୋକଟପଡା ଜନବସତିରେ ପରିମଳ ବ୍ୟବସ୍ଥା ନକହିବା ଭଲ । ଡ୍ରେନ ଭାଙ୍ଗି ରାସ୍ତାରେ ମିଶିଯାଇଥିବାବେଳେ ଦୂଷିତ ଦୂର୍ଗନ୍ଧ ମଇଳା ପାଣି ରାସ୍ତାରେ ଭାସୁଛି। ସେହି ପାଣି ଉପରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଯାତାୟତ କରୁଛନ୍ତି। ଫଳରେ ଦୁର୍ଗନ୍ଧରେ ଅଣନିଃଶ୍ବାସୀ ହୋଇପଡୁଛନ୍ତି ପଡାବାସୀ । ଏଥି ସହ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଥିବା ଅଭିଯୋଗ ହୋଇଛି ।

ଫୋକଟପଡା ଗାଁରେ ଶୋଚନୀୟ ପରିମଳ ବ୍ୟବସ୍ଥା, ରାସ୍ତା ଉପରେ ଡ୍ରେନ ପାଣି

ଖଡ଼ିଆଳ ବ୍ଲକ ଅଧିନସ୍ଥ ଗଡ୍ରାମୁଣ୍ଡା ଗ୍ରାମପଞ୍ଚାୟତରେ 13 ଗୋଟି ୱାର୍ଡ ଏବଂ 3 ହଜାର ଲୋକ ବସବାସ କରନ୍ତି । ଗ୍ରାମପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଠୁ ଆରମ୍ଭ କରି ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିଷ୍କ୍ରିୟତା କାରଣରୁ ଫୋକଟପଡା ନିବାସୀ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଅଣନିଃଶ୍ଵାସୀ ହୋଇପଡିଛନ୍ତି। ଏହି ସମସ୍ୟାକୁ ନେଇ ବାରମ୍ବାର ଲିଖିତ ଆକାରରେ ଜଣାଇବା ପରେ ମଧ୍ୟ ସରପଞ୍ଚ, ବିଡ଼ିଓ, ୱାର୍ଡ ମେମ୍ବର କେହି ମଧ୍ୟ କର୍ଣ୍ଣପାତ କରୁନଥିବା ପଡାବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସ୍ବଚ୍ଛ ଭାରତ ମିଶନ ବାର୍ତ୍ତା ଦେଉଥିବା ବେଳେ ଏହି ପଞ୍ଚାୟତରେ ଏହା ବିଫଳ ହୋଇଛି । ଅପରପକ୍ଷେ ଖଡ଼ିଆଳ ବିଡ଼ିଓଙ୍କୁ ଏନେଇ ଅବଗତ କରାଇବାରୁ ତୁରନ୍ତ ଫୋକଟପଡା ରାସ୍ତା ଏବଂ ଡ୍ରେନେଜ ବ୍ୟବସ୍ଥା ସୁଧାରିବେ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ନୂଆପଡା ଜିଲ୍ଲାପାଳ ଏହି ସମସ୍ୟାରେ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ପଡାବାସୀ ଦାବି କରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

Last Updated : Jul 5, 2021, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.