ETV Bharat / state

'ମାଓବାଦୀମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ସରକାରଙ୍କ ଯୋଜନାର ଲାଭ ଉଠାନ୍ତୁ' - ପୋଲିସ ମହାନିର୍ଦ୍ଦେଶକ

ନୂଆପଡାକୁ ପୋଲିସ ମହାନିର୍ଦ୍ଦେଶକ ଅଭୟ, ଉତ୍ତର ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ ଗସ୍ତ କରିଛନ୍ତି । ମାଓବାଦୀଙ୍କ ଗତିବିଧି ନେଇ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ପୋଲିସ ଡିଜିଙ୍କ ନୂଆପଡା ଗସ୍ତ; ମାଓ ସ୍ଥିତି ନେଇ କଲେ ସମୀକ୍ଷା ବୈଠକ

author img

By

Published : Nov 7, 2021, 3:39 PM IST

ନୂଆପଡା : ଜିଲ୍ଲାକୁ ପୋଲିସ ମହାନିର୍ଦ୍ଦେଶକ ଅଭୟ, ଉତ୍ତର ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ ଗସ୍ତ କରିଛନ୍ତି । ଦିନିକିଆ ଗସ୍ତରେ ସେ ମାଓପ୍ରବଣ ଅଞ୍ଚଳ ଓ ପଡୋଶୀ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ନେଇ ସମୀକ୍ଷା କରିଛନ୍ତି । ପୂର୍ବରୁ ସୁନାବେଡା ଅଭୟାରଣ୍ୟ ଏବଂ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ସୀମାନ୍ତ ମେନପୁର ଅଞ୍ଚଳରେ ମାଓବାଦୀଙ୍କ ହିଂସା ଅଧିକ ରହିଥିଲା । ଯାହାକି ବର୍ତ୍ତମାନ ଯଥେଷ୍ଟ କମିଯାଇଛି ।

ପୋଲିସ ଡିଜିଙ୍କ ନୂଆପଡା ଗସ୍ତ; ମାଓ ସ୍ଥିତି ନେଇ କଲେ ସମୀକ୍ଷା ବୈଠକ

ମାଓବାଦୀମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ସରକାରଙ୍କର ଯୋଜନାର ଲାଭ ଉଠାନ୍ତୁ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ଅପିଲ କରିଛନ୍ତି । ରାଜ୍ୟରେ ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ କରିବାରେ ଓଡ଼ିଶା ପୋଲିସ, ସିଆରପିଏଫ ଯବାନ, ଏସଓଜି ଓ ଡିଭିଏଫଙ୍କ କାର୍ଯ୍ୟ ପ୍ରଂଶସନୀୟ । ଏନେଇ ସମସ୍ତ ଯବାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଡିଜି । ବିଭାଗୀୟ ଅଧିକାରୀଙ୍କ ସହ ମାଓ ସମୀକ୍ଷା ବୈଠକ ପର ଆକାଶ ମାର୍ଗରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ପରିଦର୍ଶନ କରି ଫେରିଥିଲେ ଉଭୟ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.