ETV Bharat / state

ରାସ୍ତା କାମ ୧୫ଦିନ ନପୁରୁଣୁ ଉଠିଲାଣି ପିଚୁ; ମିଳିମିଶି ଲୁଟିନେଲେ ଅଧିକାରୀ ଓ ଠିକାଦାର !

Road Problem In Nuapada: ନୂଆପଡା ବଡ଼ମହେଶ୍ବର ଗାଁରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ରାସ୍ତା କାମ ୧୫ ଦିନ ନପୁରୁଣୁ ଉଠିଲାଣି ପିଚୁ । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାସ୍ତା କାମ ଏଭଳି ନିମ୍ନକାମ ହୋଇଥିବା ଅଭିଯୋଗ କରି ପୁନଃ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଦେଖନ୍ତୁ ଏହି ରିପୋର୍ଟ,

ନୂଆପଡା ବଡ଼ମହେଶ୍ବର ଗାଁରେ ରାସ୍ତା କାମ ନିମ୍ନମାନର, ପୁନଃ ନିର୍ମାଣ ପାଇଁ ଜୋର ଧରିଲା ଦାବି

author img

By ETV Bharat Odisha Team

Published : Dec 26, 2023, 10:18 PM IST

ନୂଆପଡା ବଡ଼ମହେଶ୍ବର ଗାଁରେ ରାସ୍ତା କାମ ନିମ୍ନମାନର, ପୁନଃ ନିର୍ମାଣ ପାଇଁ ଜୋର ଧରିଲା ଦାବି

ନୂଆପଡା: ଗାଁଠାରୁ ସହର ସଂଯୋଗ ହିଁ ଗ୍ରାମାଞ୍ଚଳ ବିକାଶ ହେବ । ଏହି ମୂଳମନ୍ତ୍ର ନେଇ ଆରମ୍ଭ ହୋଇଛି କେନ୍ଦ୍ରର ପ୍ରଧାନମନ୍ତ୍ରୀ ସଡକ ଯୋଜନା । ହେଲେ ଏବେ ବି ଏହି ଯୋଜନା ଗ୍ରାମାଞ୍ଚଳରେ ଅପହଞ୍ଚ । ଏହି ଯୋଜନାରେ ପକ୍କା ରାସ୍ତା କରାଯାଉଥିବା ବେଳେ କିନ୍ତୁ ନୂଆପଡା ଜିଲ୍ଲା ବଡ଼ମହେଶ୍ୱର ଗାଁରେ ଓଲଟା ରୂପ ଦେଖିବାକୁ ମିଳିଛି । ରାସ୍ତା କାମ ୧୫ ଦିନ ନପୁରୁଣୁ ପିଚୁ ଫାଟି ଆଁ କଲାଣି । ଏହି ସଡ଼କ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଜିଲ୍ଲା ସଦର ମହୁକମା ଠାରୁ ୬୦ କିମି ଦୂରତା ୩୫୩ ଜାତୀୟ ରାଜପଥ କଡରେ ଅବସ୍ଥିତ ବଡ଼ମହେଶ୍ବର ଗାଁ । ଗାଁ ଲୋକଙ୍କ ଗମନାଗମନ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ୩୫୩ ଜାତୀୟ ରାଜପଥ ବଡ଼ମହେଶ୍ବର ଠାରୁ ରାଜାମୁଣ୍ଡା ୨ କିମି ୨୦୦ମିଟର ଦୂରତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କଲେ । ଏବଂ ୧ କୋଟି ୨୩ ଲକ୍ଷ ବ୍ୟ ଅଟକଳରେ ରାସ୍ତା ତିଆରି କଲେ । ହେଲେ ରାସ୍ତା କାମ ଶେଷ ହୋଇ ୧୫ ଦିନ ନପୁରୁଣୁ ପୁଡା ପୁଡା ପିଚୁ ହୋଇ ଉଠି ଯାଉଛି । କଲଭଟ କଂକ୍ରିଟ ହାତ ମାରିଲେ ଭାଙ୍ଗି ଯାଉଛି । ସ୍ଥାନେସ୍ଥାନେ ରାସ୍ତା ଦବିଯାଇ ପିଚୁ ଫାଟିଯାଉଛି । ଏଭଳି ନିମ୍ନ ମାନର ରାସ୍ତାକାମ ନେଇ ଗାଁଲୋକେ ପ୍ରଶ୍ନ ଉଠାଇବା ସହ ଏହାକୁ ପୁନଃ ନିର୍ମାଣ କରିବାକୁ ଦାବି କରିଛନ୍ତି ।

ଏହି ଗାଁର ଲୋକମାନଙ୍କ ଯାତାୟତ ପାଇଁ ଭଲ ରାସ୍ତା ଖଣ୍ଡିକ ନଥିଲା । ଆଣ୍ଠୁଏ କାଦୁଅରେ ଯାତାୟତ କରୁଥିଲେ ପିଲାଠାରୁ ବୁଢା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗାଁ ଲୋକେ । ଏବଂ ଗାଁକୁ ପକ୍କା ରାସ୍ତା ଖଣ୍ଡିକପାଇଁ ସରକାର ପାଖରେ ଦୀର୍ଘ ବର୍ଷରୁ ବଡ଼ମହେଶ୍ୱର,ରାଜାମୁଣ୍ଡା ଗାଁଲୋକେ ଦାବୀ କରିଆସୁଥିଲେ । ଶେଷରେ ସରକାର ଗାଁ ଲୋକଙ୍କ ଦୁଃଖକୁ ଶୁଣି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲକରି ପିଚୁ ରାସ୍ତା ଖଣ୍ଡିକ ମଞ୍ଜୁର କଲେ ସତ ହେଲେ ଏବେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାସ୍ତାକାମ ବେହାଲ ହୋଇପଡିଛି ।

ଏହା ମଧ୍ୟ ପଢନ୍ତୁ: କାମ ନ ସରୁଣୁ ରାସ୍ତାରୁ ପିଚୁ ଉଠି ଆଁ, ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବି

ପିଚୁ କାମ ୧୫ ଦିନ ନପୁରୁଣୁ ଉପୁଡିଯାଉଛି । ଏଭଳି ନିମ୍ନ ମାନର କାମଦେଖି ଗ୍ରାମବାସୀ ଠିକାଦାରଙ୍କୁ ଜଣାଇଥିଲେ । ଏହି କାମକୁ ସମ୍ପାଦନ କରିବାପାଇଁ ମୁକେଶ କୁମାର ଅଗ୍ରୱାଲ ନାମକ ଠିକାଦାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଠିକାଦାର ଜଣକ ଗାଁ ଲୋକଙ୍କ ଅଭିଯୋଗ ଶୁଣିବା ବଦଳରେ ଗାଁ ଲୋକଙ୍କୁ ଗାଳିଗୁଲଜ ଧମକ ଚମକ କରି ଦାଦାଗିରି ଦେଖାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ପୁନଃ ଉନ୍ନତ ମାନର ନିର୍ମାଣ କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି । ସେପଟେ ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଖଡ଼ିଆଳ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବା ସହ ପୁନଃ ପିଚୁକାମ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.