ETV Bharat / state

ନୂଆପଡାରେ ଧାନବିକ୍ରି ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ

ନୂଆପଡାରେ ଧାନ ବିକ୍ରି ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ତୀବ୍ର ରୂପ ନେବା ନେଇ ଚେତାବନୀ । ଅଧିକ ପଢନ୍ତୁ...

author img

By

Published : Feb 19, 2021, 10:46 PM IST

Updated : Feb 19, 2021, 10:54 PM IST

ନୂଆପଡାରେ ଧାନ ବିକ୍ରି ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ

ନୂଆପଡା: ଜିଲ୍ଲାରେ ଦିନ କୁ ଦିନ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ମାସ ମାସ ଧରି ମଣ୍ଡିରେ ଧାନ ପଡିରହି ଥିବାବେଳେ ଏନେଇ ଚାଷୀ ଉଦବେଗ ପ୍ରକାଶ କରିଛନ୍ତି । ଜିଲ୍ଲା ସ୍ଥିତ ନିଲଜି ଧାନମଣ୍ଡିରେ ବର୍ଷାପାଣିରେ ଧାନ ଓଦା ହେଉ ଥିବାବେଳେ ବୁଲା ଗାଈ ବଳଦ ଧାନକୁ ଖାଇ ନଷ୍ଟ କରୁଥିବା ଦେଖିବାକୁ ମିଳିଛି ।

ନୂଆପଡାରେ ଧାନବିକ୍ରି ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ

ଚଳିତ ଖରିଫ ୠତୁରେ ନିଲଜି ସମବାୟ ସମିତିରେ ସମୁଦାୟ 1120 ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ 807 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିଛନ୍ତି । 114 ଜଣ ଚାଷୀଙ୍କ ଟୋକନ ଲାପ୍ସ ହୋଇଯାଇଛି । ଶତାଧିକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଆଗକୁ ସରକାର ଯାହା ନିର୍ଦ୍ଦେଶ ଦେବେ ପାଳନ କରିବେ ବୋଲି ସମବାୟ ସମିତି ସମ୍ପାଦକ ପ୍ରକାଶ କରିଛନ୍ତି । ଅପରପକ୍ଷରେ ତୁରନ୍ତ ସରକାର ମଣ୍ଡିରୁ ଧାନ ଉଠାଇ ନିଅନ୍ତୁ । ନଚେତ ମଣ୍ଡିରୁ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇ ରାଜରାସ୍ତା ପର୍ଯ୍ୟନ୍ତ ଯିବ ବୋଲି ସମୂହ ଚାଷୀ ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Feb 19, 2021, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.