ETV Bharat / state

ଋଣରେ କରିଥିଲେ ଚାଷ, ନିଆଁରେ ପାଉଁଶ ହୋଇଗଲା ସବୁ ଧାନ - ଜଳିଗଲା ଧାନ

ସୀମାନ୍ତ ବଲାଙ୍ଗୀର ଜିଲ୍ଲା ଶ୍ରୀରାମ ଗାଁର ଚାଷୀ ମନୋଜ ବେହେରାଙ୍କ ଧାନ ଖଳାରେ ନିଆଁ ଲାଗି 50 ବସ୍ତା ଧାନ ସହ ଧାନ ଖରିଗଦା ଜଳି ପୋଡି ପାଉଁଶ ହୋଇଯାଇଛି । ଋଣ କରି ଚାଷ କରିଥିଲେ ମନୋଜ । ଅଧିକ ପଢନ୍ତୁ...

ଋଣରେ କରିଥିଲେ ଚାଷ, ଜଳିଗଲା ସବୁ ଧାନ
ଋଣରେ କରିଥିଲେ ଚାଷ, ଜଳିଗଲା ସବୁ ଧାନ
author img

By

Published : May 19, 2020, 11:02 AM IST

ନୂଆପଡା: ସୀମାନ୍ତ ବଲାଙ୍ଗୀର ଜିଲ୍ଲା ଶ୍ରୀରାମ ଗାଁର ଚାଷୀ ମନୋଜ ବେହେରାଙ୍କ ଧାନ ଖଳାରେ ଲାଗିଛି ନିଆଁ । 50 ବସ୍ତା ଧାନ ସହ ଧାନ ଖରିଗଦା ଜଳି ପୋଡି ପାଉଁଶ ହୋଇଯାଇଛି । ଚାଷୀ ମନୋଜ ବେହେରା ରବି ଧାନ ଫସଲ ଅମଳ କରି ଖଳାରେ ରଖିଥିଲେ ।

ଋଣରେ କରିଥିଲେ ଚାଷ, ଜଳିଗଲା ସବୁ ଧାନ

କେଉଁ କାରଣରୁ ଖଳାରେ ନିଆଁ ଲାଗି ଧାନଗଦା ପୋଡି ପାଉଁଶ ହୋଇଯାଇଛି, ଏନେଇ କୌଣସି ସୂଚନା ମିଳିନାହିଁ । ସ୍ଥାନୀୟ ଲୋକେ ଜାଣିବା ପୂର୍ବରୁ ସବୁତକ ଭସ୍ମୀଭୂତ ହୋଇଯାଇଛି । ଧାର କରଜ ଋଣ କରି ଚାଷୀ ମନୋଜ ବେହେରା ରବି ଧାନ ଫସଲ ଚାଷ କରିଥିଲେ । ସବୁ ଧାନ ପୋଡିଯିବା ପରେ ଋଣ ପରିଶୋଧ ଚିନ୍ତାରେ ଭାଙ୍ଗି ପଡିଛନ୍ତି ସେ। କ୍ଷତି ଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଜରୁରୀ ହୋଇପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.