ETV Bharat / state

ନୂଆପଡା ସୀମାନ୍ତ ସଟଡାଉନ, ଧାରା 144 ଲାଗୁ - nuapara news

ନୂଆପଡା ସୀମାନ୍ତ ସଟଡାଉନ । ସକାଳ 6ଟାରୁ ସଂଧ୍ୟା 6 ପର୍ଯ୍ୟନ୍ତ ଧାରା 144 ଲାଗୁ । ଅଧିକ ପଢନ୍ତୁ...

Nuapara border town shut down
ନୂଆପଡା ସୀମାନ୍ତ ସଟ ଡାଉନ
author img

By

Published : May 15, 2020, 8:15 PM IST

ନୂଆପଡା: ଛତିଶଗଡ଼ ସୀମାନ୍ତ ଖରିଆରରୋଡ଼ ସହରକୁ ନୂଆପଡା ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ସଟ ଡାଉନ ଘୋଷଣା କରାଯାଇଛି । ସକାଳ 6 ଘଣ୍ଟା ରୁ ସନ୍ଧ୍ୟା 6 ଘଣ୍ଟା ଯାଏ 144 ଧାରା ଜାରିକରି ପୋଲିସ ପେଟ୍ରୋଲିଂ ଙ୍କୁ କଡାକଡି କରିଛି । ସୂଚନା ମତେ ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲ୍ଲା ଖରିଆରରୋଡ଼ 353 ଜାତୀୟ ରାଜପଥ ଦେଇ 1500 ପ୍ରବାସୀ ଓଡ଼ିଆ ଶ୍ରମିକ ସୀମା ପାର ହୋଇ ସହରକୁ ପ୍ରବେଶ କରିଛନ୍ତି ।

ନୂଆପଡା ସୀମାନ୍ତ ସଟ ଡାଉନ

ଶ୍ରମିକ ମାନେ ମହାରାଷ୍ଟ୍ର, ଗୁଜୁରାଟ,ଛତିଶଗଡ଼ରୁ ସାଇକେଲ ସହ ଚାଲି ଚାଲି ନୂଆପଡା ଜିଲ୍ଲାକୁ ଆସି ପହଞ୍ଚିଥିଲ । ବହୁସଂଖ୍ୟକ ଶ୍ରମିକଙ୍କୁ ଦେଖି ସହର ଯାକ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା । ଖବର ଯାଇ ନୂଆପଡା ଜିଲ୍ଳାପାଳଙ୍କ ପାଖରେ ପହଞ୍ଚିବା ପରେ ତତକ୍ଷଣାତ ଜିଲ୍ଳାପାଳ, ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖରିଆରରୋଡ଼ ସହରକୁ ସଟ ଡାଉନ ଘୋଷଣା କରିବା ସହ 144ଧାରା ଜାରିକରାଯାଇଛି । ପରେ ଶ୍ରମିକ ମାନଙ୍କୁ ସ୍କାନିଂ କରି ନିଜ ଅଞ୍ଚଳର କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଛି । ଶ୍ରମିକ ମାନେ ନୂଆପଡା, କଳାହାଣ୍ଡି,ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.