ETV Bharat / state

ସରୁନି ଦାଦନ ଦୁଃଖ, ଦଲାଲ କାଟିଲା ଆଙ୍ଗୁଠି - ଦାଦନ ଦୁଃଖ

ବାହାର ରାଜ୍ୟକୁ ପେଟ ପୋଷିବାକୁ ଯାଉଥିବା ଦାଦନ ପେଟପାଟଣାକୁ ଲାତ । ସାମାନ୍ୟ କଥାକୁ କେନ୍ଦ୍ର କରି ଡାହାଣ ଗୋଡ଼ ପାଞ୍ଚ ଅଙ୍ଗୁଳି କାଟିବା ସହ ଡାହାଣ ହାତ ପାପୁଲିକୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କଲେ ଶ୍ରମିକ ଦଲାଲ । ଅଧିକ ଖବର ପଢନ୍ତୁ...

ସରୁନି ଦାଦନ ଦୁଃଖ, ଦଲାଲ କାଟିଲା ଆଙ୍ଗୁଠି
author img

By

Published : Oct 6, 2019, 1:48 AM IST

ନୂଆପଡା: ପୁଣି ଦାଦନ ଦୁଃଖ । ବାହାର ରାଜ୍ୟକୁ ପେଟ ପୋଷିବାକୁ ଯାଉଥିବା ଦାଦନ ପେଟପାଟଣାକୁ ଲାତ । ଦିନକୁ ଦିନକୁ ବଢୁଛି ସେମାନଙ୍କ ପ୍ରତି ମାନସିକ ଓ ଶାରୀରିକ ଅତ୍ୟାଚର । ଗତ କିଛିଦିନ ତଳେ ବ୍ରହ୍ମପୁରର 2 ଜଣ ଦାଦନଙ୍କ ଓଡିଶା ଫେରିଆସିବାର ଭିଡିଓ ଭାଇରାଲ ହୋଇଥିଲା ।

ସରୁନି ଦାଦନ ଦୁଃଖ, ଦଲାଲ କାଟିଲା ଆଙ୍ଗୁଠି

ହେଲେ ଏବେ ଆଉ ଏକ ହୃଦୟବିଦାରକ ଘଟଣା ଘଟିଛି । ସାମାନ୍ୟ କଥାକୁ କେନ୍ଦ୍ର କରି ଡାହାଣ ଗୋଡ଼ ପାଞ୍ଚ ଅଙ୍ଗୁଳି କାଟିବା ସହ ଡାହାଣ ହାତ ପାପୁଲିକୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କଲେ ଶ୍ରମିକ ଦଲାଲ । ଏହି ଅଭାବନୀୟ ଘଟଣାଟି ଘଟିଛି ନୂଆପଡା ଜ଼ୀଲ୍ଲା କୋମନା ବ୍ଲକ ତିକ୍ରାପଡା ଗାଁ ପହରିଆପଡାରେ ।

ଖବର ଅନୁଯାୟୀ, ଦାଦନ ଶ୍ରମିକ ଚମାର ପହରିଆ ୬ ମାସ ପୂର୍ବେ ଶ୍ରମିକ ଦଲାଲ ଡୋଳାମଣି ସତନାମୀ ଏବଂ ବିଦେଶ ସୁନାନୀ ପ୍ରଚୁର ଅର୍ଥର ପ୍ରଲୋଭନ ଦେଖାଇ ସୁଦୂର ନାଗପୁରକୁ ନେଇଯାଇଥିଲେ । ସେଠାରେ କାମରେ ନିୟୋଜିତ ଥିଲେ ଶ୍ରମିକ ଚମାର ପହରିଆ । ହେଲେ ନିଜ କାମର ପ୍ରାପ୍ୟ ମାଗିବା ପରେ ଦୁଇ ଦଲାଲ ମାଡ ମାରି ହତ୍ୟା ଉଦ୍ୟମ କରିଥିବା ଶ୍ରମିକ ଅଭିଯୋଗ କରିଛନ୍ତି ।

ନାଗପୁର ରେଳ ଷ୍ଟେସନରେ ନିଶାସକ୍ତ ହୋଇ ଶ୍ରମିକଙ୍କୁ ନିସ୍ତୁକ ମାଡମାରି ଡାହାଣ ଗୋଡ଼ ପାଞ୍ଚ ଆଙ୍ଗୁଳି କାଟି ଦେଇଛନ୍ତି । ସେତିକିରେ ରାଗ ଶାନ୍ତି ନହୋଇ ଡାହାଣ ପାପୁଲିରେ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରେଳ ଷ୍ଟେସନରେ ଛାଡ଼ିଦେଇ ଖସି ଚାଲି ଯାଇଥିଲେ ।

ଗୁରୁତର ଅବସ୍ଥାରେ ନାଗପୁର ରେଳ ଷ୍ଟେସନ ପୋଲିସ ଚମାରଙ୍କ ଉଦ୍ଦାର କରି ନାଗପୁର ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ଗୁରୁତର ଶ୍ରମିକ ନିଜ ଗାଁ ଫେରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏବେ ଶ୍ରମିକ ଜଣକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପୀଡିତ ଶ୍ରମିକ ଜଣଙ୍କୁ ଭେଟିବା ସହ ଘଟଣା ବିଷୟରେ ପଚାରି ବୁଝିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ନୂଆପଡା ଜ଼ିଲ୍ଳାରେ ପୁଣି ଦାଦନ ଶ୍ରମିକ ଉପରେ ଅମାନସିକ ଅତ୍ୟାଚାର । ଡାହାଣ ଗୋଡ଼ ପାଞ୍ଚ ଅଙ୍ଗୁଳି କାଟିବା ସହ ଡାହାଣ ହାତ ପାପୁଲି କୁ ଧାରୁଆ ମାରଣାସ୍ତ୍ର ରେ ଆକ୍ରମଣ କଲେ ଶ୍ରମିକ ଦଲାଲ । ନୂଆପଡା ଜ଼ୀଲ୍ଲା କୋମନା ବ୍ଲକ ତିକ୍ରାପଡା ଗାଁ ପହରିଆପଡା ର ଦାଦନ ଶ୍ରମିକ ଚମାର ପହରିଆ ୬ ମାସ ପୂର୍ବ ଶ୍ରମିକ ଦଲାଲ ଡୋଳାମଣି ସତନାମୀ ଏବଂ ବିଦେଶ ସୁନାନୀ ପ୍ରଚୁର ଅର୍ଥର ପ୍ରଲୋଭନ ଦେଖାଇ ସୁଦୂର ନାଗପୁର କୁ ନେଇଯାଇଥିଲେ । ସେଠାରେ କାମରେ ନିୟୋଜିତ ଥିଲେ ଶ୍ରମିକ ଚମାର ପହରିଆ । କାମର ପ୍ରାପ୍ୟ ମାଗିବା ପରେ ଦୁଇ ଦଲାଲ ମାଡ ମାରି ହତ୍ୟା ଉଦ୍ୟମ କରିଥିବା ଶ୍ରମିକ ଅଭିଯୋଗ କରିଛନ୍ତି । ନାଗପୁର ରେଳ ଷ୍ଟେସନରେ ନିଶାସକ୍ତ ହୋଇ ଶ୍ରମିକ ଙ୍କୁ ନିସ୍ତୁକ ମାଡମାରି ଡାହାଣ ଗୋଡ଼ ପାଞ୍ଚ ଆଙ୍ଗୁଳି କାଟି ଦେଇଛନ୍ତି । ସେତିକିରେ ରାଗ ଶାନ୍ତି ନ ହୋଇ ଡାହାଣ ପାପୁଲି ରେ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରେଳ ଷ୍ଟେସନ ରେ ଛାଡ଼ିଦେଇ ଖସି ଚାଲି ଯାଇଥିଲେ । ଗୁରୁତର ଅବସ୍ଥାରେ ନାଗପୁର ରେଳ ଷ୍ଟେସନ ପୋଲିସ ଉଦ୍ଦାର କରି ନାଗପୁର ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ଗୁରୁତର ଶ୍ରମିକ ନିଜ ଗାଁ ଫେରିବାପରେ ଘଟଣା ସାମ୍ନାକୁ ଆସିଛି । ଏବେ ଶ୍ରମିକ ଜଣକ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.