ନୂଆପଡା: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ 12 ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିଲାବେଳେ ଆଜି ନୂଆପଡା ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିଛି । ସାରା ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।
ଆଜି ନୂଆପଡା ଜିଲ୍ଲାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ରାସ୍ତାଘାଟ ଗାଡିମୋଟର ଦୋକାନ ବଜାର ସବୁ ଠପ ହୋଇପଡିଛି । ଯାହାଫଳରେ ସାଧାରଣ ଜନ ଜୀବନ ବାଧାପ୍ରାପ୍ତ ହୋଇଛି । ଶ୍ରମିକଙ୍କୁ ସର୍ବ ନିମ୍ନ ମଜୁରୀ ଧାର୍ଯ୍ୟ ,ଶ୍ରମିକ ସୁରକ୍ଷା କଡାକଡି ,ଶ୍ରମିକଙ୍କୁ ପେନସନ, ଅହେତୁକ ଦରଦାମ ବୃଦ୍ଧି ଆଦି 12 ଦଫା ଦାବି ପୂରଣ ନେଇ ଆନ୍ଦୋଳନକାରୀମାନେ ରାଜରାସ୍ତାକୁ ଅବରୋଧ କରିଛନ୍ତି । ବନ୍ଦର ପ୍ରଭାବରେ ନୂଆପଡା ଜିଲ୍ଲାର ଖଡ଼ିଆଳ,ବୋଡେ଼ନ,କୋମନା,ସିନାପାଲି,ନୂଆପଡା ଆଦି ବ୍ଲକ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ