ETV Bharat / state

ନୂଆପଡା ଜିଲ୍ଲାପାଳଙ୍କ ସିନାପାଲି ବ୍ଲକ ଗସ୍ତ

ସିନାପାଲି ବ୍ଲକ ବିଛିନ୍ନାଞ୍ଚଳ କୁହାଯାଉଥିବା ଅବହେଳିତ ବାଢୁନପାଣି ଗାଁକୁ ଆଜି ନୂଆପଡା ଜ଼ୀଲ୍ଲାପାଳ ସ୍ବାଧା ଦେବ ସିଂ ଗସ୍ତକରି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ .....

ଜିଲ୍ଲାପାଳଙ୍କ  ସିନାପାଲି ବ୍ଲକ ଗସ୍ତ
ଜିଲ୍ଲାପାଳଙ୍କ ସିନାପାଲି ବ୍ଲକ ଗସ୍ତ
author img

By

Published : Jan 19, 2021, 10:13 PM IST

ନୂଆପଡା : ସିନାପାଲି ବ୍ଲକ ବିଛିନ୍ନାଞ୍ଚଳ କୁହାଯାଉଥିବା ଅବହେଳିତ ବାଢୁନପାଣି ଗାଁକୁ ଆଜି ନୂଆପଡା ଜ଼ୀଲ୍ଲାପାଳ ସ୍ବାଧା ଦେବ ସିଂ ଗସ୍ତକରି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ସ୍ଥାନୀୟ ଲୋକମାନେ ନିଜ ଅଞ୍ଚଳର ସମସ୍ୟା ଉପରେ ମନ ଖୋଲି ଜ଼ିଲ୍ଲାପାଳଙ୍କୁ ଜଣାଇଛନ୍ତି । ଲୋକଙ୍କ ଠାରୁ ସମସ୍ୟା ଜାଣିବାପରେ କୋକପଦର ଗାଁଠାରୁ ବାଢୁନପାଣି ଗାଁ ରାସ୍ତା ମେଟାଲିଙ୍ଗ ପିଚୁ କାମ,ଗାଁଲୋକଙ୍କ ଗାଧୁଆ ପାଇଁ ମୋ ପୋଖରୀ ,ଗାଈ ଗୁହାଳ,କମ୍ୟୁନିଟି ଗୃହ ଇତ୍ୟଦି କାମ ତୁରନ୍ତ ଶେଷ କରିବା ପାଇଁ ସିନାପାଲି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆପଡା ଜିଲ୍ଲାପାଳଙ୍କ ସିନାପାଲି ବ୍ଲକ ଗସ୍ତ

ବାଢୁନପାଣି ଗାଁ ଏକ ବିଛିନ୍ନାଞ୍ଚଚଳ ଥିଲା । ଏଠାକୁ ଆସିବାକୁ ରାସ୍ତା ନଥିଲା । ଏବେ ନୂତନ ରାସ୍ତା ହେବା ଦ୍ବାରା ନୂଆପଡା ଜ଼ିଲ୍ଲା ଠାରୁ ସିଧାସଳଖ କାଳାହାଣ୍ଡି ଜ଼ିଲ୍ଲାକୁ ସଂଯୋଗ କରିପାରିଛି । ଆଗକୁ ବାଢୁନପାଣି ଗାଁପାଇଁ ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ଜ଼ିଲ୍ଲାପାଳ ସ୍ବାଧା ଦେବ ସିଂ କହିଛନ୍ତି ।

ଅପରପକ୍ଷରେ ଜ଼ିଲ୍ଲାପାଳ ଗସ୍ତକୁ ନେଇ ବିଛିନ୍ନାଞ୍ଚଳ ବାଢୁନପାଣି ଗାଁ ଲୋକେ ବେଶ ଖୁସି ଅନୁଭବ କରିଛନ୍ତି। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଜ଼ିଲ୍ଲାପାଳଙ୍କୁ ଦେଖି ନଥିବା ଗ୍ରାମବାସୀ ନିଜ ଗାଁରେ ଜ଼ିଲ୍ଲାପାଳଙ୍କୁ ଦେଖି ବହୁତ ଖୁସିଥିବା ଗାଁ ଲୋକେ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.