ETV Bharat / state

ସୀମାନ୍ତବାସୀଙ୍କ ଅସରନ୍ତି ଦୁଃଖ; ଗର୍ଜୁଛି ବନ୍ଧୁକ, ଗଡୁନି ବିକାଶ ଗାଡି - nuapada border tribal people

ମୌଳିକ ଅଧିକାରରୁ ବଞ୍ଚିତ ଛତିଶଗଡ ସୀମାନ୍ତ ନୂଆପଡା ଜିଲ୍ଲା ମାଓ ପ୍ରବଣ ଗୋଲାବେଡା ଗାଁ । ମାଓବାଦୀ ଏସ୍‌ଓଜି, ସିଆରପିଏଫ୍ ଯବାନଙ୍କ ବନ୍ଧୁକ ମୁନରେ ଆତଙ୍କିତ ଗାଁ ଲୋକେ। ଅଧିକ ପଢନ୍ତୁ...

ସୀମାନ୍ତବାସୀଙ୍କ ଅସରନ୍ତି ଦୁଃଖ; ଗର୍ଜୁଛି ବନ୍ଧୁକ, ଗଡୁନି ବିକାଶ ଗାଡି
author img

By

Published : Nov 14, 2019, 7:46 PM IST

ନୂଆପଡା: ଜିଲ୍ଲାର ଅବହେଳିତ ମାଓପ୍ରବଣ ଆଦିମ ଜନଜାତି ବହୁଳ ଗୋଲାବେଡା ଗାଁ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାଣି ଭଳି ଏକାଧିକ ମୌଳିକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ଏଠିକାର ଆଦିମ ଜନଜାତି । ବିକାଶର ଗନ୍ଧ ଏଠାକୁ ପହଞ୍ଚି ପାରିନଥିବାବେଳେ, ଗୋଟିଏ ପଟେ ମାଓବାଦୀ ଏବଂ ଅନ୍ୟପଟେ ଯବାନଙ୍କ ବନ୍ଧୁକ ଗର୍ଜନରେ ଧକଧକ ନିରୀହ ଜୀବନ । ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ନ୍ୟୁଜ ।

ସୀମାନ୍ତବାସୀଙ୍କ ଅସରନ୍ତି ଦୁଃଖ; ଗର୍ଜୁଛି ବନ୍ଧୁକ, ଗଡୁନି ବିକାଶ ଗାଡି

ଛତିଶଗଡ ସୀମାନ୍ତ ନୂଆପଡା ଜିଲ୍ଲା ମାଓ ପ୍ରବଣ ଗୋଲାବେଡା ଗାଁ । ନୂଆପଡା ଜିଲ୍ଲା ସଦର ମହୁକମାଠାରୁ 140କିଲୋମିଟର ନିଘଞ୍ଚ ନିକାଞ୍ଚନ ଜଙ୍ଗଲ ଭିତରେ ଅବସ୍ଥିତ । ମାଓବାଦୀ ଏସ୍‌ଓଜି, ସିଆରପିଏଫ୍ ଯବାନଙ୍କ ବନ୍ଧୁକ ମୁନରେ ଆତଙ୍କିତ ଗାଁ ଲୋକେ। ମାଓ ପ୍ରଭାବିତ ଗାଁ ଗୁଡିକୁ ସରକାର ସାମାଜିକ ସୁରକ୍ଷା ସହ ମୌଳିକ ସୁବିଧା ଯୋଗାଇଦେଇ ବିକାଶର ଡିଣ୍ଡିମ ପିଟୁଥିବାବେଳେ ଗୋଲାବେଡା ଗାଁ ଲୋକେ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ।

ଛୋଟଛୋଟ ପିଲାମାନେ ବିଦ୍ୟାଳୟ ନଥିବା କାରଣରୁ ପାଠ ପଢାରେ ଡୋରି ବାନ୍ଧି ବସିଛନ୍ତି । ଜଙ୍ଗଲଜାତ ଦ୍ରବ୍ୟ, ଜାଳେଣୀ କାଠ ସଂଗ୍ରହ କରି ଦିନ କାଟୁଛନ୍ତି । ଏହି ନିରୀହ କୋମଳମତି ଶିଶୁଙ୍କ ଭବିଷ୍ୟତ ସତରେ ଅନ୍ଧାରକୁ ଠେଲି ହୋଇଯାଇଛି ।

ଗୋଲାବେଡା ଗାଁରେ କାହିଁ କେଉଁ ଯୁଗରୁ ଆଦିମ ଜନଜାତି ମାଝୀ, ପହରିଆ ସଂପ୍ରଦାୟର ପ୍ରାୟ 55 ପରିବାର ବାସକରନ୍ତି । ଗାଁକୁ ଯିବାକୁ ହେଲେ ନଙ୍ଗଳବୋର୍ଡ ଗ୍ରାମପଞ୍ଚାୟତ ସ୍ଥିତ ଟଙ୍କାମାଳ ଗାଁଦେଇ ଜଙ୍ଗଲି ପାଦଚଳା ରାସ୍ତା ଅତିକ୍ରମକରି ଯିବାକୁ ପଡିଥାଏ । ସ୍ବାଧିନତାର ଦୀର୍ଘ ବର୍ଷପରେ ମଧ୍ୟ ଗୋଲାବେଡା ଗାଁକୁ ସରକାର ସତରେ ଭୁଲିଯାଇଛନ୍ତି । ଗାଁରେ ରାସ୍ତା ନାହିଁ, ପ୍ରାଥମିକ ବିଦ୍ୟାଳୟ ନାହିଁ, ଅଙ୍ଗନବାଡି କେନ୍ଦ୍ର ନାହିଁ , ପିଇବା ପାଣିନାହିଁ , ବିଜୁଳି ନାହିଁ ସରକାରଙ୍କ ଯୋଜନାର ନା ଗନ୍ଧ ହିଁ ନାହିଁ ।

ଗାଁଲୋକ ଝରଣାର ଦୂଷିତ ଜଳକୁ ସେବନକରି ବିଭିନ୍ନ ସମୟରେ ମୃତ୍ୟୁ ମୁଖରେ ପଡୁଥିବା କହିଛନ୍ତି। ଛତିଶଗଡ ସୀମାନ୍ତ ନୂଆପଡା ଜିଲ୍ଲାରେ ଏହିଗାଁ ରହିଥିବାବେଳେ ମାଓ ପ୍ରଭାବିତ ଗାଁ ଭାବରେ ବହୁପରିଚିତ । ଯେଉଁଥି ପାଇଁ ଗାଁକୁ କୌଣସି ସରକାରୀ ବାବୁ କିମ୍ବା ନେତାମନ୍ତ୍ରୀଙ୍କ ପାଦଧୂଳି ପଡେନାହିଁ । ଏସଂପର୍କରେ ସିନାପାଲି ବିଡିଓଙ୍କୁ ପଚାରିବାରୁ ରାସ୍ତା ତିଆରି କରିବାସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି ।

ନୂଆପଡାରୁ ମୋତିଲାଲବାଗ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.