ETV Bharat / state

ଅବହେଳିତ କନ୍ଦାଧୁଆ ଗାଁରେ ପହଞ୍ଚିଲା ଗରିବ ସେନା - ସୁନାବେଡା ଅଭୟାରଣ୍ୟ

ସୁନାବେଡା ଅଭୟାରଣ୍ୟ ସ୍ଥିତ ଲାଲଗଡ଼ କୁହାଯାଉଥିବା ଅବହେଳିତ କନ୍ଦାଧୁଆ ଗାଁରେ ପହଞ୍ଚିଲା ନୂଆପଡା ଜିଲ୍ଲା ଗରିବ ସେନା । ଗାଁର ସମସ୍ୟା ଓ ମୌଳିକ ଅଧିକାର ପାଇଁ ନୂଆପଡା ଜିଲ୍ଲା ପ୍ରଶାସନକୁ ଅବଗତ କରି ସମସ୍ୟାର ଆସୁ ସମାଧାନ କରିବେ ବୋଲି ଗରିବ ସେନା ଅଧ୍ୟକ୍ଷ ରବି ମଙ୍ଗରାଜ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢନ୍ତୁ...

Nuapad Garib Sena reaches neglected Kandadhua village
ଅବହେଳିତ କନ୍ଦାଧୁଆ ଗାଁରେ ପହଞ୍ଚିଲା ନୂଆପଡା ଗରିବ ସେନା
author img

By

Published : Sep 19, 2020, 10:30 AM IST

ନୂଆପଡା: ସୁନାବେଡା ଅଭୟାରଣ୍ୟ ସ୍ଥିତ ଲାଲଗଡ଼ କୁହାଯାଉଥିବା ଅବହେଳିତ କନ୍ଦାଧୁଆ ଗାଁରେ ପହଞ୍ଚିଲା ନୂଆପଡା ଜିଲ୍ଲା ଗରିବ ସେନା । ଗରିବ ସେନା ଅଧ୍ୟକ୍ଷ ରବି ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଏକ 12ଜଣିଆ ପ୍ରତିନିଧୀଦଳ ଦୁର୍ଗମ ପାହାଡିଆ କନ୍ଦାଧୁଆ ଗାଁରେ ପହଞ୍ଚିଛି । କନ୍ଦାଧୁଆ ଗାଁଲୋକଙ୍କ ସହ ବାର୍ତ୍ତା କଲା ପରେ ସାମ୍ନାକୁ ଆସିଲା ଦୁଃଖ ଯନ୍ତ୍ରଣା ଜୀବନ ଜୀବିକାର ସଂଘର୍ଷମୟ ଗାଥା । ଗାଁରେ ଶିକ୍ଷା,ସ୍ବାସ୍ଥ୍ୟ,ଗମନା ଗମନ,ବିଜୁଳି ପାଣି, ରୋଜଗାର ଭଳି ଏକାଧିକ ସମସ୍ୟା ମୁଣ୍ଡ ଟେକିଛି ।

ଅବହେଳିତ କନ୍ଦାଧୁଆ ଗାଁରେ ପହଞ୍ଚିଲା ନୂଆପଡା ଗରିବ ସେନା

ଗାଁରେ 13 ଗୋଟି ପରିବାର ଥିବାବେଳେ, 30ଜଣ ଅପାଠୁଆ ଶିଶୁ ଥିବା ତଥ୍ୟ ସାମ୍ନାକୁ ଆସିଛି । ଏହା ସହ ସମସ୍ତେ ଅପପୃଷ୍ଠିର ଶିକାର ଥିବା ଜଣାପଡିଛି । ଗାଁରେ ନା ଅଛି ଅଙ୍ଗନବାଡି ସେଣ୍ଟର ନା ପ୍ରାଥମିକ ବିଦ୍ୟାଳୟ । କନ୍ଦାଧୁଆ ଗାଁର ସମସ୍ୟା ଓ ମୌଳିକ ଅଧିକାର ପାଇଁ ନୂଆପଡା ଜିଲ୍ଲା ପ୍ରଶାସନକୁ ଅବଗତ କରି ସମସ୍ୟାର ଆସୁ ସମାଧାନ କରିବେ ବୋଲି ଗରିବ ସେନା ଅଧ୍ୟକ୍ଷ ରବି ମଙ୍ଗରାଜ ଦୃଢ ପ୍ରତି ଶ୍ରୁତି ଦେଇଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.