ETV Bharat / state

ନୂଆପଡାରେ ନୂଆଖାଇ ଭେଟଘାଟ, ଯାଦବମାନଙ୍କ ସାମଗ୍ରିକ ବିକାଶ ଦାବି - ନୂଆପଡା ଖବର

ନୂଆପଡାରେ ଯାଦବ ସମାଜର ପକ୍ଷରୁ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ ଉତ୍ସବ ଆୟୋଜିତ । ଜିଲ୍ଲାରେ 68 ଶତକଡା ଯାଦବ ଜନସଂଖ୍ୟା ବସବାସ କରୁଥିବା ବେଳେ ସରକାର ସେମାନଙ୍କ ପ୍ରତି ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଯାଦବ ସମାଜର ପରକ୍ଷରୁ ନୂଆଁଖାଇ ଭେଟଘାଟ, ଯାଦବମାନଙ୍କ ସାମଗ୍ରିକ ବିକାଶ ଦାବି

author img

By ETV Bharat Odisha Team

Published : Oct 16, 2023, 8:35 PM IST

ଯାଦବ ସମାଜର ପରକ୍ଷରୁ ନୂଆଁଖାଇ ଭେଟଘାଟ, ଯାଦବମାନଙ୍କ ସାମଗ୍ରିକ ବିକାଶ ଦାବି

ନୂଆପଡା: ଜିଲ୍ଲାରେ ଯାଦବ ସମାଜର ପରକ୍ଷରୁ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ ଉତ୍ସବ ଆୟୋଜିତ । ଜିଲ୍ଲାରେ ସର୍ବାଧିକ ଯାଦବ ଶ୍ରେଣୀର ଲୋକ ବସବାସ କରୁଥିବା ବେଳେ ବହୁ ଆଡମ୍ବର ସହ ପାଳନ ହୋଇଛି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ । ଏହା ଅଖିଳ ଭାରତୀୟ ଯାଦବ ସଂସ୍କୃତି ଐତିହ୍ୟ ପରମ୍ପରା ସୁରକ୍ଷା କରିବା ସହିତ,ଯାଦବ ଏକତାକୁ ସୁଦୃଢ କରିବା ପାଇଁ ବିଶାଳ ଜନ ସମାବେଶ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ନୂଆଖାଇ ଭେଟଘାଟ ପ୍ରତିବର୍ଷ ପାଳନ କରାଯାଇଥାଏ ।ଏହା ଚଳିତ ବର୍ଷ ବୋଡେ଼ନ ବ୍ଲକ ବିନପୁର ଗାଁର ଖେଳପଡିଆଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ସମାଜରେ ଉଚ୍ଚଶିକ୍ଷା,ଆର୍ଥିକ ବିକାଶ,ରାଜନୈତିକ ବିକାଶ,କୃଷିର ବିକାଶ,ଗୋପାଳନ,ସର୍ବପରି ସାମଗ୍ରିକ ବିକାଶ ଦିଗରେ ସଚେତନର ବାର୍ତ୍ତା ବାହାକ ସାଜିଥାଏ ନୂଆଖାଇ ଭେଟଘାଟ । ନୂଆପଡା ଜିଲ୍ଲାରେ 68 ଶତକଡା ଯାଦବ ଜନସଂଖ୍ୟା ବସବାସ କରିନ୍ତି । କିନ୍ତୁ ରାଜ୍ୟ ସରକାର ସେମାନଙ୍କ ବିକାଶ ଦିଗରେ କୌଣସି ବିକାଶ ମୂଳକ କାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି । ସର୍ବ ଭାରତସ୍ତରରେ ଅନେକ ରାଜ୍ୟ OBC ମାନଙ୍କୁ 27% ଆରକ୍ଷଣ ବ୍ୟବସ୍ଥା କରିଥିବା ବେଳେ,ଓଡିଶା ସରକାର ଯାଦବ ସମାଜକୁ ଠକି ଚାଲିଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... 2024 Election: ପୁରୀ ବଡଦାଣ୍ଡରେ କଂଗ୍ରେସ ପକ୍ଷରୁ ବିଶାଳ ପଦଯାତ୍ରା

ଯାଦବ ସମାଜର ସାମଗ୍ରିକ ବିକାଶ ଦିଗରେ ସରକାର ଦୃଷ୍ଟି ଦେଉନାହାନ୍ତି । କେବଳ ରାଜନୀତି ସ୍ୱାର୍ଥ ହାସଲ କରିବା ପାଇଁ OBC ବର୍ଗର ବିଭିନ୍ନ ଜାତିକୁ ଭାଗ ଭାଗ କରୁଥିବା ଅଭିଯୋଗ ହୋଇଛି ଏହା ସହ ଯାଦବ ସମାଜ ପାଇଁ କିଛି ବି ସ୍ୱତନ୍ତ୍ର ଯୋଜନା କରୁନଥିବାରୁ ଯାଦବ ସମାଜର ନୂଆଖାଇ ଭେଟଘାଟ ଏକ ଶକ୍ତି ପ୍ରଦର୍ଶନ କରିଥିବା କହିଲେ ଅତୃକ୍ତି ହେବ ନାହିଁ । ସରକାର ଆଗାମୀ ଦିନରେ ଯାଦବ ସମାଜ ପ୍ରତି ଦୃଷ୍ଟି ନଦେଲେ ଯାଦବ ସମାଜ ରାଜ୍ୟବ୍ୟାପୀ ଜନ ଆନ୍ଦୋଳନ କରି ନିଜ ହକ ଅଧିକାରକୁ ହାସଲ କରିବ ବୋଲି ଯାଦବମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଏହି ବିଶାଳ ନୂଆଖାଇ ଭେଟଘାଟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଛତିଶଗଡ଼ ରାଜ୍ୟ ଯାଦବ ସମାଜ ସଭାପତି ରମେଶ ଯଦୁ ଯୋଗ ଦେଇଥିବା ବେଳେ,ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ ପ୍ରେମ ସିନ୍ଧୁ ହେର୍ନା, ସମ୍ମାନିତ ଅତିଥିଭାବରେ ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଉତ୍କଳ ଯାଦବ ସମାଜ ମହାସଚିବ ଲମ୍ବୋଦର ନିଆଲ,ଚାରିଗଡ଼ ଯାଦବ ସମାଜ ସଭାପତି କେନୁରାମ ୟାଦବ,ଧର୍ମଗଡ଼ ବିଧାୟକ ମୋହସଧି ବାଗ,ଉତ୍କଳ ଯାଦବ ସମାଜ ସମ୍ପାଦକ ପ୍ରଦୀପ ବେହେରା ଆଦି ଯୋଗଦେଇ ଉଦବୋଧନ ଦେଇଥିଲେ ।

ଇଟିଭି ଭାରତ,ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.