ETV Bharat / state

ଆଉ ଯିବାକୁ ପଡିବନି ଛତିଶଗଡ, ମାଓ ପ୍ରବଣ ଅଞ୍ଚଳରେ ଖୋଲିଲା ଗ୍ରାମୀଣ ହାଟ

author img

By

Published : May 27, 2022, 1:06 PM IST

ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମୀଣ ହାଟ ସ୍ଥାନୀୟ ଲୋକଙ୍କ ଚାହିଦାକୁ ପୂରଣ କରିପାରିଛି । ଅଧିକ ପଢ଼ନ୍ତୁ

ନୂଆମାଲପଡାରେ ଖୋଲିଲା ନୂତନ ଗ୍ରାମୀଣ ହାଟ
ନୂଆମାଲପଡାରେ ଖୋଲିଲା ନୂତନ ଗ୍ରାମୀଣ ହାଟ

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମୀଣ ହାଟ ସ୍ଥାନୀୟ ଲୋକଙ୍କ ଚାହିଦାକୁ ପୂରଣ କରିପାରିଛି । ନୂଆମାଲପଡା ବଣ ପାହାଡ଼ ମାଓ ପ୍ରବଣ ଇଲାକାରେ ପୂର୍ବରୁ ଗାଁ ହାଟ ନଥିଲା । ଫଳରେ ଘରକରଣା ସାମଗ୍ରୀ କିଣାବିକା କରିବାପାଇଁ ପାଞ୍ଚ କିଲୋମିଟର ଦୂରତା ପଡୋଶୀ ଛତିଶଗଡ଼ ରାଜ୍ୟ ହାଟ ଉପରେ ନିର୍ଭର କରୁଥିଲେ ସ୍ଥାନୀୟ ଲୋକେ ।

ନୂଆମାଲପଡାରେ ଖୋଲିଲା ନୂତନ ଗ୍ରାମୀଣ ହାଟ

ଲୋକଙ୍କ ଦାବି ଏବଂ ଚାହିଦାକୁ ପୂରଣ କରିବା ପାଇଁ ସିନାପାଲି ପଞ୍ଚାୟତ ସମିତି ପକ୍ଷରୁ ମନରେଗା ଯୋଜନାରେ ନିର୍ମାଣ ହୋଇଛି ଆକର୍ଷଣୀୟ ଗ୍ରାମୀଣ ହାଟ । ହାଟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.