ETV Bharat / state

ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

author img

By

Published : May 9, 2020, 4:47 PM IST

Updated : May 9, 2020, 5:00 PM IST

ବୋଡେନ ବ୍ଳକର ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନୂଆପଡା ଆରକ୍ଷୀ ଅଧୀକ୍ଷକ ବିନିତ କୁମାର ଅଗ୍ରୱାଲ । ଅଧିକ ପଢନ୍ତୁ...

ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ
ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡା: ବୋଡେନ ବ୍ଳକର ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନୂଆପଡା ଆରକ୍ଷୀ ଅଧୀକ୍ଷକ ବିନିତ କୁମାର ଅଗ୍ରୱାଲ ।

ମାଓପ୍ରବଣ ବୋଡେନ ବ୍ଳକ ପାଟଦରା ସଂରକ୍ଷିତ ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ ଗତ 7ତାରିଖ ଠାରୁ କମ୍ବିଂ ଅପରେସନ କରାଯାଉଛି । ଯବାନଙ୍କ କମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପକୁ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ଏସଓଜି ଯବାନ ମାନେ ।

ମାଓବାଦୀ ପକ୍ଷରୁ ଗୁଳିବର୍ଷଣ କରାଯିବାରୁ ଯବାନ ପକ୍ଷରୁ ପାଲଟା ପ୍ରାୟ 30 ରାଉଣ୍ଡ ଫାଇରିଂ କରାଯାଇଛି । ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇ ମାଓବାଦୀମାନେ ଖସିଯାଇଛନ୍ତି । ଏସଓଜି ଯବାନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କମ୍ବିଂ ଅପରେସନ ଜାରି ରହିଥିବା ନୂଆପଡା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : May 9, 2020, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.