ETV Bharat / state

‘ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ସମସ୍ୟାର ସମାଧାନ ହେବ’

author img

By

Published : Jul 20, 2021, 9:38 PM IST

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ନୂଆମାଲପଡା ଗ୍ରାମପଞ୍ଚାୟତ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ କଲେ ଉଦ୍ଘାଟନ । ଅଧିକ ପଢନ୍ତୁ...

ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଉଦ୍ଘାଟନ କଲେ ବିଧାୟକ

ନୂଆପଡା : ସିନାପାଲି ବ୍ଲକ ଉପାନ୍ତ ନୂଆମାଲପଡା ଗ୍ରାମପଞ୍ଚାୟତକୁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ବେଳେ 35ଲକ୍ଷ ଟଙ୍କା ବିନିମୟରେ ନବନିର୍ମିତ ନୂଆମାଲପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି ବିଧାୟକ ।

ଏହି ଅବସରରେ ନୂଆମାଲପଡା ଅଞ୍ଚଳର ମୌଳିକ ସମସ୍ୟା ଵିଶୁଦ୍ଧ ପାନୀୟଜଳ, ରାସ୍ତାଘାଟ, ଶ୍ରମିକଙ୍କୁ ରୋଜଗାର, ଶିକ୍ଷା ସ୍ବାସ୍ଥ୍ୟ ,ପିଡ଼ିଏସ ଆଦି ଅନେକ ସମସ୍ୟାଉପରେ ନୂଆମାଲପଡା ବିଧାୟକଙ୍କୁ ଜଣାଇଛନ୍ତି ଅବଗତ କରିଛନ୍ତି ଅଞ୍ଚଳବାସୀ । ପ୍ରତ୍ୟେକ ସମସ୍ୟା ଉପରେ ବିଧାୟକ ଅବଗତ ଥିବା କହିବା ସହ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ସିନାପାଲି ବ୍ଲକ ଚେରମେନ ତପସ୍ବିନୀ ମାଝୀ, ବିଡ଼ିଓ ସଦାଶିବ ନାଏକ,ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ, ପ୍ରିୟରଞ୍ଜନ ମେହେର,ଗିରିରାଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନୀୟ ସରପଞ୍ଚ ବନିତା ପୋଢ଼, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉତ୍ତମ କୁମାର ସାହୁ,ବିଡ଼ିଓ ସଦାଶିବ ନାଏକଙ୍କୁ ବିଧାୟକ ଧନ୍ୟବାଦ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.