ETV Bharat / state

ପରିବାର ଲୋକଙ୍କୁ ବାନ୍ଧି ଘରେ କଳାକନା ବୁଲାଇଲେ ଲୁଟେରା

author img

By

Published : Jun 7, 2023, 8:17 PM IST

ନୂଆପଡା ଜିଲ୍ଲାରେ ଡକାୟତ ଗ୍ୟାଙ୍ଗ । ଘରେ ପଶି ପରିବାର ଲୋକଙ୍କୁ ବନ୍ଧି ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଅଧିକ ପଢ଼ନ୍ତୁ

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଦୁର୍ବୃତ୍ତ
ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଦୁର୍ବୃତ୍ତ
ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଦୁର୍ବୃତ୍ତ

ନୂଆପଡା: ଖଡ଼ିଆଳ ଥାନା ଅନ୍ତର୍ଗତ ଖୁଦପେଜ ଗାଁରେ ଡକାୟତି । ଆଖି ପିଛୁଳାକେ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ବହୁମାତ୍ରାରେ ସୁନା ଗହଣା । ଧାରୁଆ ଅସ୍ତ୍ରରେ ରକ୍ତାକ୍ତ କଲେ ଘର ମୁଖିଆଙ୍କୁ । ନୂଆପଡା ଖଡ଼ିଆଳ ଥାନା ଅନ୍ତର୍ଗତ ଖୁଦପେଜ ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ମଙ୍ଗଳବାର ରାତ୍ରିରେ ଡକାୟତି । ମାରଣାସ୍ତ୍ରରେ ଆକ୍ରମଣକାରୀ ଭାରତ ଶତପଥୀଙ୍କ ବାସଭବନରେ ଡକାୟତି । ଆଖିପିଛୁଳାକେ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଅନ୍ୟାନ୍ୟ ମୂଲ୍ଯବାନ ସାମଗ୍ରୀ । ଏଭଳି ଅଭିଯୋଗ କରିଛନ୍ତି ଖଡ଼ିଆଳ ଥାନାରେ ଘର ମୁଖିଆ ଭାରତ ଶତପଥୀ ।

ସୂଚନାଅନୁଯାୟୀ, ଖୁଦପେଜ ଗାଁର ଭାରତ ଶତପଥୀ, ସ୍ତ୍ରୀ ଜମ୍ଭୁ ଶତପଥୀ ସାନପୁଅ ସୁନ୍ଦର ଶ୍ୟାମ ଶତପଥୀ ବୋହୁ ମିଲି ଶତପଥୀ 3ମାସର ନବଜାତ ଶିଶୁ ସହ ଘର ଚାକର କୁନେଇ ଖୁଦପେଜ ଗାଁ ସ୍ଥିତ ନିଜ ବାସଭବନରେ ରହିଥିଲେ । ମଙ୍ଗଳବାର ରାତ୍ରି 9ଘଣ୍ଟା 30ମିନିଟ ସମୟରେ 5 ରୁ 6 ଜଣ ଡକାୟତ ଘର ପଛପଟ ପାଚେରୀ ଡେଇଁ ଘର ଭିତରକୁ ପ୍ରବେଶ କରିଥିଲେ । କେହି କିଛି ବୁଝିବା ଆଗରୁ ଘର ମୁଖିଆ ଭରତ ଶତପଥୀଙ୍କୁ ଧାରୁଆ ଅସ୍ତ୍ରରେ ମୁଣ୍ଡରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ । ସାନପୁଅ ସୁନ୍ଦର ଶ୍ୟାମ ଶତପଥୀ ପ୍ରତିରୋଧ କରିବା ବେଳକୁ ତାଙ୍କୁମଧ୍ୟ ମୁଣ୍ଡ ପଛପଟେ ଆକ୍ରମଣ କରି ରକ୍ତାକ୍ତ କରି ଥିଲେ । ପରେ ବାପା ଭାରତ, ପୁଅ ସୁନ୍ଦର ଶ୍ୟାମ ମାଆ ଜମ୍ଭୁ ବାଇଙ୍କୁ ବାନ୍ଧି ଦେଇଥିଲେ । ପରେ 3ମାସର ନବଜାତ ଶିଶୁ ଉପରେ ବନ୍ଧୁକ ରଖି ଆଲମାରୀ ଚାବି ମାଗିଥିଲେ ।

କ୍ଷଣିକ ସମୟ ଭିତରେ ଘରଭିତରେ ଥିବା ଟଙ୍କା ସୁନାଗହଣା ସହ CCTV କ୍ୟାମେରା ହାଡ଼ଡିକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ଚମ୍ପଟ ମାରିଛନ୍ତି ଲୁଟେରା । ଗାଁର ଅନ୍ୟ ସାହିରେ ବାସକରୁଥିବା ବଡ଼ପୁଅ ଘଟଣା ସମ୍ପର୍କରେ ସୂଚନା ପାଇ ସାହି ପଡିଶା ଲୋକଙ୍କୁ ଧରି ବାପା ପାଖକୁ ଆସିବା ବେଳକୁ କଳାକନା ବୁଲାଇ ଚମ୍ପଟ ମାରିଥିଲା ଲୁଟେରା । ତେବେ ଭାରତ ଶତପଥୀଙ୍କୁ ମେଡିକାଲ ନେଇ ଚକିତ୍ସା କରାଇବା ପରେ ପୋଲିସକୁ ସୂଚାନ ଦେଇଥିଲେ କୌଳାସଙ୍କ ବଡ଼ପୁଅ । ଏନେଇ ଅଭିଯୋଗ ପାଇ ନୂଆପଡ଼ା SP ଜି.ରାଘବେନ୍ଦ୍ର ରେଡ୍ଡୀ, SDPO ଅରୁପ ଅଭିଷେଖ ବେହେରା, IIC ଅନିରୁଦ୍ଧ ମୁଦୁଳି , ଡଗ୍‌ ସ୍କ୍ବାଡ, ସାଇଣ୍ଟିଫିକ୍ ଟିମ୍‌ ଖୁଦପେଜ ଗାଁରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ଡାକାୟତଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ଦିଆଯିବ ବୋଲି SP କହିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.