ETV Bharat / state

ବିଜେପିର ମଣ୍ଡି ଚାଲ ଅଭିଯାନ, ଧାନ କ୍ରୟରେ କଟନୀ ଛଟନୀ ଅଭିଯୋଗ କଲେ ଚାଷୀ

ନୂଆପଡ଼ା ଜିଲ୍ଲାରେ ବିଜେପିର ମଣ୍ଡିଚାଲ ଅଭିଯାନ । ବିଜେପିର 3 ଜଣିଆ ପ୍ରତିନିଧି ଦଳ ଖଡ଼ିଆଳର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jan 9, 2023, 12:25 PM IST

mandi chalo abhiyan in nuapada
ନୂଆପଡ଼ାରେ ମଣ୍ଡିଚାଲ ଅଭିଯାନ
ବିଜେପିର ମଣ୍ଡି ଚାଲ ଅଭିଯାନ

ନୂଆପଡ଼ା: ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ମଣ୍ଡି ଚାଲ ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଜେପି ବିଧାୟକ ହିତେଶ କୁମାର ବଗର୍ତ୍ତିଙ୍କ ନେତୃତ୍ୱରେ 3 ଜଣିଆ ପ୍ରତିନିଧି ଦଳ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । 3 ଜଣିଆ ପ୍ରତିନିଧି ଦଳରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ଅଧ୍ୟକ୍ଷତା କରୁଥିବା ବେଳେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଅତୀନ୍ଦ୍ର ସିଂ ମଲ୍ଲିକ, ପୃଥିରାଜ ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରାଜଧାନୀରେ ବଢୁଛି ଆତଙ୍କରାଜ: ବାର ଉପରକୁ ପଥର ମାଡ, ନିରବଦ୍ରଷ୍ଟା ସାଜିଲା ପୋଲିସ

ଜିଲ୍ଲା ବିଜେପି କର୍ମୀ ପ୍ରଥମେ ବୋଡ଼େନ ବ୍ଲକ କର୍ଲାକୋଟ, ଖଇରା,ବୋଡେ଼ନ ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ମିଲର 5 ରୁ 6 କିଲୋଗ୍ରାମ କଟନୀ ଛଟନୀ କରିବା ଏବଂ ଗନିବ୍ୟାଗ ଫେରସ୍ତ ଦେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ମଣ୍ଡିରେ ଦୀର୍ଘଦିନ ଧରି ଧାନ ପଡି ରହି ରହୁଛି । ଶୀତ କାକରରେ ଚାଷୀ ଧାନ ଜଗି ରହୁଥିବାର କଷ୍ଟ ବଖାଣିବା ସହ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଉଦଘାଟନର ଦିନକ ପରେ ରାଉରକେଲା ବିମାନ ବନ୍ଦରରୁ ଗୁଳି ଜବତ, ବ୍ୟାଗରେ ରଖିଥିଲେ ଯାତ୍ରୀ

ସେପଟେ କର୍ଲାକୋଟ ଧାନ ମଣ୍ଡି ନବୀନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରିଥିବାବେଳେ, ଏଯାଏଁ ସମୁଦାୟ 16, 986 କ୍ବିଣ୍ଟାଲ ଧାନ କ୍ରୟ କରିଛନ୍ତି । କର୍ଲାକୋଟ ଧାନ ମଣ୍ଡିରେ RMC କର୍ମଚାରୀ ଅନୁପସ୍ଥିତ ଥିବା ଯୋଗୁଁ ମଣ୍ଡି ବନ୍ଦ ଥିବା ଚାଷୀ ଅଭିଯୋଗ କରିଛନ୍ତି । ସେହିପରି ଖଇରା ଧାନ ମଣ୍ଡି ଖଇରା ସମବାୟ ସମିତି ପରିଚାଳନା କରୁଛି । ଏଯାଏଁ 26,311 କ୍ବିଣ୍ଟାଲ ଧାନ କ୍ରୟ କରିଥିବା ପେକ୍ସ ସମ୍ପାଦକ ପ୍ରକାଶ କରିଛନ୍ତି । ବୋଡ଼େନ ଧାନ ମଣ୍ଡି ବୋଡ଼େନ ସମବାୟ ସମିତି ପରିଚାଳନା କରୁଛି ।

ବର୍ତ୍ତମାନ ପର୍ଯ୍ୟନ୍ତ 60, 421 କୁଇଣ୍ଟାଲ ଧାନ କ୍ରୟ କରିଥିବା ସମ୍ପାଦକ ପ୍ରକାଶ କରିଛନ୍ତି । ଏନେଇ ବିଜେପି କର୍ମୀ କହିଛନ୍ତି, "ମଣ୍ଡି ଅବ୍ୟବସ୍ଥା ଉପରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଚାଷୀକୂଳଙ୍କୁ ସୁରକ୍ଷା ଦିଅନ୍ତୁ । ନଚେତ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବ ।" ତେଣୁ ଯଥା ଶୀଘ୍ର ଚାଷୀଙ୍କ ପାଇଁ ବିହିତ ପଦକ୍ଷେପ ନେବାକୁ ବିଜେପି ଦାବି କରିଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.