ନୂଆପଡା: ଆଜିଠାରୁ 19 ତାରିଖ ପର୍ଯ୍ୟନ୍ତ ଯାଏଁ ନୂଆପଡାରେ ଜିଲ୍ଲା ବ୍ୟାପି ଲକଡାଉନ ପାଳନ କରାଯିବ । ଏନେଇ ମଙ୍ଗଳବାର ନୂଆପଡା ଏସପି ରାହୁଲ ଜୈନ ଖଡ଼ିଆଳ,ବୋଡେନ ଓ ସିନାପାଲି ଥାନା ପରିଦର୍ଶନ କରିଛନ୍ତି । ଏହାସହ ଏସଡିପିଓ, ଆଇଆଇସିଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ନିଜେ ସୁରକ୍ଷିତ ରହି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇଦେବାରେ ନୂଆପଡା ପୋଲିସ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟରତ।
ନୂଆପଡା ଜିଲ୍ଲାରେ କୋଭିଡ ପଜିଟିଭ ବୃଦ୍ଧି ପାଉଥିବାବେଳେ ଜିଲ୍ଲା ରେଡ଼ ଜୋନରେ ସ୍ଥାନ ପାଇଛି। ଏନେଇ ପୋଲିସକୁ ଅଧିକ କାମ କରିବାକୁ ପଡିବ। 14 ଦିନର ଲକଡାଉନ ସମୟରେ ସମସ୍ତ ଜନସାଧାରଣ ପୋଲିସକୁ ସହଯୋଗ କରନ୍ତୁ । ମୁହଁରେ ମାସ୍କ ବ୍ୟବହାର କରନ୍ତୁ,ସାମାଜିକ ଦୂରତା ରକ୍ଷା କରନ୍ତୁ,ସାନିଟାଇଜର ବ୍ୟବହାର କରନ୍ତୁ । ଏହାସହ ଘରେ ରୁହନ୍ତୁ ଅତି ଜରୁରୀ କାମ ନଥିଲେ ପଦାକୁ ବାହାରକୁ ନାହିଁ ବୋଲି ନୂଆପଡା ଏସପି ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ