ETV Bharat / state

ଅସୁରକ୍ଷିତ ରିସିପିଟି ପର୍ଯ୍ୟଟନ କ୍ଷେତ୍ର, ପଥର ବ୍ଲାଷ୍ଟିଙ୍ଗରେ ଅଣନିଶ୍ବାସୀ ଗ୍ରାମବାସୀ - ବେଆଇନ ଭାବେ ଚାଲିଛି ପଥର କ୍ବାରି

ଅସୁରକ୍ଷିତ ହୋଇ ପଡ଼ିଛି ନୂଆପଡା ଜିଲ୍ଲାର ପ୍ରାକ ଐତିହାସିକ ଶିଳାଚିତ୍ର ଯୋଗୀମଠ ରିସିପିଟି ପର୍ଯ୍ୟଟନ କ୍ଷେତ୍ର । ବେଆଇନ ପଥର ବ୍ଲାଷ୍ଟିଙ୍ଗରେ ଧସୁଛି ପାହାଡ଼ । ଧୁଳି ଧୂସର ଓ ପଥର ଗୁଣ୍ଡରେ ଅଣନିଶ୍ବାସୀ ହୋଇଯାଉଛନ୍ତି ସ୍ଥାନୀୟ ରିସିଗାଁ ବାସିନ୍ଦା । ଅଧିକ ପଢ଼ନ୍ତୁ

ଅସୁରକ୍ଷିତ ରିସିପିଟି ପର୍ଯ୍ୟଟନ କ୍ଷେତ୍ର, ବେଆଇନ ପଥର ବ୍ଲାଷ୍ଟିଙ୍ଗରେ ଅଣନିଶ୍ବାସୀ ଗ୍ରାମବାସୀ

author img

By

Published : Dec 5, 2022, 10:38 PM IST

ନୂଆପଡ଼ା: ଅସୁରକ୍ଷିତ ନୂଆପଡା ଜିଲ୍ଲାର ପ୍ରାକ ଐତିହାସିକ ଶିଳାଚିତ୍ର ଯୋଗୀମଠ ରିସିପିଟି ପର୍ଯ୍ୟଟନ କ୍ଷେତ୍ର । ବେଆଇନ ପଥର ବ୍ଲାଷ୍ଟିଙ୍ଗରେ ଧସୁଛି ପାହାଡ଼ । ପଥର ମାଡରେ କ୍ଷତ ବିକ୍ଷତ ହୋଇ ଉଡିଯାଉଛି ନାମ ଫଳକ । ଗୋଟିଏ ପଟେ ପଥର କ୍ବାରି ଓ ଅନ୍ୟପଟେ ୧୬ ନମ୍ବର ରାଜ୍ୟ ରାଜପଥ । ଧୁଳି ଧୂସର ଓ ପଥର ଗୁଣ୍ଡରେ ଅଣନିଶ୍ବାସୀ ହୋଇଯାଉଛନ୍ତି ସ୍ଥାନୀୟ ରିସିଗାଁ ବାସିନ୍ଦା । ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଅସୁରକ୍ଷିତ ରିସିପିଟି ପର୍ଯ୍ୟଟନ କ୍ଷେତ୍ର, ବେଆଇନ ପଥର ବ୍ଲାଷ୍ଟିଙ୍ଗରେ ଅଣନିଶ୍ବାସୀ ଗ୍ରାମବାସୀ

ଲୋକଙ୍କ ଜୀବନ ପ୍ରତି ସରକାରଙ୍କର ନିଘା ନାହିଁ !

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ର ମାନଚିତ୍ରରେ ସ୍ଥାନପାଇଥିବା ଏହି ପ୍ରାକ ଐତିହାସିକ ଶିଳା ଚିତ୍ର ଯୋଗୀମଠ ରିସିପିଟି ପର୍ଯ୍ୟଟନ କ୍ଷେତ୍ର ଚାରିପାଖରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ ହେଉଥିବା ଅଭିଯୋଗ ହୋଇଛି । ପଥର ବ୍ଲାଷ୍ଟିଙ୍ଗରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ରିସିଗାଁ ଲୋକେ ବିପଦ ସମ୍ମୁଖୀନ ହେଉଥିବା ଅଭିଯୋଗ । ପଥର ବ୍ଲାଷ୍ଟିଙ୍ଗ ଭାଇବ୍ରେସନରେ ସ୍ଥାନୀୟ ଲୋକଙ୍କ ଘରର କାନ୍ଥ ଓ ଛାତ ଫାଟି ଆଁ କରିଛି । ପଥର ଖଣ୍ଡ ପବନରେ ଉଡ଼ିଆସି ଗାଁ ଭିତରେ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିଭଳି ପଥର ଗୁଣ୍ଡ ଧୂଳି ଓ ଧୂସରରେ ଗାଁରେ ଏକାଧିକ ଲୋକ ଶ୍ବାସ ଓ କିଡନି ଭଳି ମାରାତ୍ମକ ରୋଗରେ ପୀଡିତ ହୋଇ ଅକାଳରେ ଜୀବନ ହରାଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେହି ପଥର ଖଣିରୁ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ମିଳୁଥିବାରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା କହିଛନ୍ତି ଗ୍ରାମବାସୀ ।

ବେଆଇନ ଭାବେ ଚାଲିଛି ପଥର କ୍ବାରି !

ରିସିଗାଁରେ ୨୮ ଏକର ୪ ଡିସିମିଲ ପାହାଡକୁ ୪ ଭାଗରେ ବିଭକ୍ତ କରି ୪ ଜଣ ଲିଜଧାରୀଙ୍କୁ ସରକାର ପଥର କ୍ବାରି ଲିଜ ଦେଇଛନ୍ତି । ସେଥିମଧ୍ୟରୁ ବିଶେଷକରି ୪ ନମ୍ବର ପଥର କ୍ବାରି ଲିଜଧାରୀ ମାଲିକ ରିତେଶ ଅଗ୍ରୱାଲଙ୍କ ନାମରେ ଲୋକଙ୍କର ଅଧିକ ଅଭିଯୋଗ । କାରଣ ଏହି ପଥର କ୍ବାରି ଖଦାନ ରିସିଗାଁ ଏବଂ ୧୬ ନମ୍ବର ରାଜ୍ୟ ରାଜପଥକୁ ଲାଗିକରି ରହିଛି । ଓଡିଶା ମାଇନିଂ ମିନେରାଲ କନସେସନ ନିୟମ ୧୬ ଅନୁସାରେ ଜନବସତି କିମ୍ବା ରାଜପଥ ଦୂରତାକୁ ଦୃଷ୍ଟିରେ ରଖି ପଥର କ୍ବାରି ଲିଜ ଦେବା କଥା । କିନ୍ତୁ ୪ ନମ୍ବର ପଥର କ୍ବାରି ସମ୍ପୂର୍ଣ୍ଣ ନିୟମକୁ ଖିଲାପ କରୁଛି । ଏହି ପଥର କ୍ବାରିକୁ ପ୍ରଦୂଷଣ ବିଭାଗ ଦ୍ଵାରା ସାର୍ଟିଫିକେଟ ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି । ତଥାପି ସ୍ଥାନୀୟ ପ୍ରଶାସନ ଓ ପଥର କ୍ବାରି ଲିଜଧାରୀଙ୍କ ମଧୁଚନ୍ଦ୍ରିକାରେ ବେଆଇନ କ୍ବାରି ଚାଲିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

'ସବୁ ନିୟମ ଅନୁସାରେ ଚାଲିଛି'

ଲୋକଙ୍କ ଅଭିଯୋଗ ନେଇ ସ୍ଥାନୀୟ ଖଡ଼ିଆଳ ତହସିଲଦାରଙ୍କୁ ପଚାରିବାରୁ ସେ ଘଟଣାକୁ ହାଲୁକା ଭାବେ ନେଇ ଗଣମାଧ୍ୟମରେ ଉତ୍ତର ରଖିଛନ୍ତି । ସବୁ ପଥର କ୍ବାରି ନିୟମ ଅନୁସାରେ ଚାଲିଥିବା ପ୍ରକାଶ କରିଛନ୍ତି ଖଡ଼ିଆଳ ତହସିଲଦାର । ଅନ୍ୟପଟେ ପଥର କ୍ବାରି ବନ୍ଦ ନହେଲେ ଆଗକୁ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.