ETV Bharat / state

ସ୍ବର୍ଗୀୟ ଗୋବର୍ଦ୍ଧନ ମାଝୀ ମେମୋରିଆଲ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ - ନୂଆପଡା ନ୍ୟୁଜ

ଭରୁଆମୁଣ୍ଡା ଗ୍ରାମ ମାଁ ଦକ୍ଷିଣକାଳୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ବର୍ଗୀୟ ଗୋବର୍ଦ୍ଧନ ମାଝୀ ମେମୋରିଆଲ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଆୟୋଜିତ ତୃତୀୟ ଦିବସ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ସ୍ବର୍ଗୀୟ ଗୋବର୍ଦ୍ଧନ ମାଝୀ ମେମୋରିଆଲ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

author img

By

Published : Jan 29, 2021, 12:48 PM IST

ନୂଆପଡା:ଭରୁଆମୁଣ୍ଡା ଗ୍ରାମ ମାଁ ଦକ୍ଷିଣକାଳୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ବର୍ଗୀୟ ଗୋବର୍ଦ୍ଧନ ମାଝୀ ମେମୋରିଆଲ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ସ୍ବର୍ଗୀୟ ଗୋବର୍ଦ୍ଧନ ମାଝୀ ଭରୁଆମୁଣ୍ଡା ଅଞ୍ଚଳର 9ଖଣ୍ଡ ଗାଁ ଝାଙ୍କର ଅଟନ୍ତି । ଅଧିଷ୍ଠାତ୍ରୀ ଦେବୀ ମା' ଦକ୍ଷିଣକାଳୀଙ୍କ ମୁଖ୍ୟ ପୂଜକ ଭାବରେ ସ୍ବର୍ଗୀୟ ମାଝୀ ଖ୍ୟାତି ଅର୍ଜନ କରିଛନ୍ତି । ସ୍ବର୍ଗୀୟ ମାଝୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭରୁଆମୁଣ୍ଡା ଅଞ୍ଚଳବାସୀ ଆୟୋଜନ କରିଛନ୍ତି ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।

ସ୍ବର୍ଗୀୟ ଗୋବର୍ଦ୍ଧନ ମାଝୀ ମେମୋରିଆଲ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଆୟୋଜିତ ତୃତୀୟ ଦିବସ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନିତ ଅତିଥିଭାବରେ ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ବୋଡକିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସ ମ୍ୟାଚ କଳାହାଣ୍ଡି ଜିଲ୍ଲା ଖାଲିଆକାନି ବନାମ ନୂଆପଡା ଜିଲ୍ଲା କାମପୁର ବିଏମସିସି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଇନିଂସରେ ନୂଆପଡା ଜିଲ୍ଲା କାମପୁର ଦଳ ବ୍ୟାଟିଂ କରି 12ଓଭରରେ 5 ଓ୍ବିକେଟ ବିନିମୟରେ 137 ସଂଗ୍ରହ କରିଥିଲା । ଏହାର ଜବାବରେ ଦ୍ଵିତୀୟ ଇନିଂସରେ କଳାହାଣ୍ଡି ଖାଲିଆକାନି କ୍ରିକେଟ ଦଳ 7 ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର 32 ରନ ସଂଗ୍ରହ କରି ନୂଆପଡା ଜ଼ିଲ୍ଲା କାମପୁର ଠାରୁ ପରାଜୟ ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.