ETV Bharat / state

ସରକାରୀ ସହାୟତା ଅପେକ୍ଷାରେ କୋଶଳୀ ସଂଗୀତ ନିର୍ଦ୍ଦେଶକ - କୋଶଳୀ ସଂଗୀତ ନିର୍ଦ୍ଦେଶକ

ସରକାରୀ ସହାୟତା ଅପେକ୍ଷାରେ ପଶ୍ଚିମ ଓଡିଶାର ସୁପରିଚିତ କୋଶଳୀ ସଂଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେର। ଅଧିକ ପଢନ୍ତୁ...

ସରକାରୀ ସହାୟତା ଅପେକ୍ଷାରେ କୋଶଳୀ ସଂଗୀତ ନିର୍ଦ୍ଦେଶକ

author img

By

Published : Oct 30, 2020, 8:54 PM IST

ନୂଆପଡା: ସରକାରୀ ସହାୟତା ଅପେକ୍ଷାରେ ପଶ୍ଚିମ ଓଡିଶାର ସୁପରିଚିତ କୋଶଳୀ ସଂଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେର।

ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ବର ଗ୍ରାମ ପଞ୍ଚାୟତ ସ୍ଥିତ ଏକ ଛୋଟ ଗାଁ ଖଇରଭାଡ଼ିରେ ବାସ କରନ୍ତି ପଶ୍ଚିମ ବୃନ୍ଦାବନ ମେହେର। ଏକାଧାରରେ ସେ ଜଣେ ସଂଗୀତ ନିର୍ଦେଶକ, ଗୀତିକାର, ଉଦଘୋଷକ ।

23 ବର୍ଷର କଳାକାର ଯାତ୍ରାରେ ସେ ସମ୍ବଲପୁରୀ କୋଶଳୀ ଭାଷାରେ 13 ହଜାରରୁ ଉର୍ଦ୍ଧ୍ବ ଗୀତ ରଚନା କରିଛନ୍ତି। 7ହଜାରରୁ ଉର୍ଦ୍ଧ୍ବ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଥିବାବେଳେ 5ହଜାରରୁ ଉର୍ଦ୍ଧ୍ବ ରଙ୍ଗମଞ୍ଚରେ ଉଦଘୋଷକ ଭାବରେ କାମକରି ଏକାଧିକ ସ୍ଥାନରୁ ସମ୍ମାନିତ ହୋଇଛନ୍ତି ସେ ।

ସରକାରୀ ସହାୟତା ଅପେକ୍ଷାରେ କୋଶଳୀ ସଂଗୀତ ନିର୍ଦ୍ଦେଶକ

ତାଙ୍କ ବାପା ଦଶରୁ ମେହେର ଏକ ରାଜମିସ୍ତ୍ରୀ । ଏଥିସହ ମାତା ଚମ୍ପାବତୀ ମେହେର, ଧର୍ମପତ୍ନୀ ବିଜୁଳିବତୀ ମେହେର ଏବଂ କୁନି ଝିଅ ବର୍ଷା ମେହେରକୁ ନେଇ ତାଙ୍କର ଦୁଃଖିହୀନ ପରିବାର। ଧନ ସମ୍ପତ୍ତି କହିଲେ କେବଳ ମାଟି ଛପର ବାସଗୃହ ।

ତେବେ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ବରିଷ୍ଠ କଳାକାର ଜୀବନ ଜଞ୍ଜାଳରେ ଛନ୍ଦି ହୋଇଛନ୍ତି ସତ ! ନିଅଣ୍ଟିଆ ପେଟ ଚାଖଣ୍ଡେ ପାଇଁ ଅହରହ ସଂଗ୍ରାମ କରୁଥିବାବେଳେ ଥକିପଡି ନାହିଁ କଳାକାର ଜୀବନ ଯାତ୍ରାର ବାଟ !

ଆଗକୁ ସ୍ବପ୍ନ ଅନେକ । ଏଣୁ ସରକାରୀ ସହାୟତା ପାଇଲେ ସ୍ବପ୍ନକୁ ବାସ୍ତବରେ ପରିଣତ କରିବେ ବୋଲି ବୃନ୍ଦାବନ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.