ETV Bharat / state

ଖଡ଼ିଆଳ ହାଜତରେ ଯୁବକଙ୍କୁ ମାଡ, ନିନ୍ଦା କଲେ ବିଧାୟକ - ନୂଆପଡା ଖବର

ଖଡ଼ିଆଳ ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ପୋଲିସ ଅଧିକାରୀ(SI) ମାଡ ମାରିବା ଘଟଣା । ଏହାକୁ ନିନ୍ଦା କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଅଧିକ ପଢନ୍ତୁ

ଖଡ଼ିଆଳ ହାଜତରେ ଯୁବକଙ୍କୁ ମାଡ ଘଟଣାକୁ ନିନ୍ଦା କଲେ ବିଧାୟକ

author img

By

Published : May 22, 2022, 10:27 AM IST

ନୂଆପଡା: ଜିଲ୍ଲା ଖଡ଼ିଆଳ ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ପୋଲିସ ଅଧିକାରୀ(SI) ମାଡ ମାରିବା ଘଟଣା । ଏହାକୁ ନିନ୍ଦା କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଏହାସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି ।

ଖଡ଼ିଆଳ ହାଜତରେ ଯୁବକଙ୍କୁ ମାଡ ଘଟଣାକୁ ନିନ୍ଦା କଲେ ବିଧାୟକ

ସୂଚନା ଅନୁସାରେ,ଖଡ଼ିଆଳ ଥାନା ଅନ୍ତର୍ଗତ ନେହେନା ଗାଁ ଠାରେ ଷୋଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ସବଇନ୍ସପେକ୍ଟର କୂଳମଣି ବରୋଦା ପାଟ୍ରୋଲିଂ କରୁଥିଲେ । ବାଟରେ 2 ଜଣ ଯୁବକ ନମ୍ବର ପ୍ଲେଟ ବିହୀନ ମୋଟର ସାଇକଲ ଧରି ନିଶାଶକ୍ତ ଅବସ୍ଥାରେ ବୁଲୁଥିଲେ ।

ପୋଲିସ ପଚରାଉଚରା କରିବାପରେ ଥାନାକୁ ଆଣି ରାତ୍ରି ତମାମ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଖଡ଼ିଆଳ ବିଧାୟକ ଥାନାକୁ ଯାଇ SDPOଙ୍କ ଉପସ୍ଥିତିରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ମାଡ ମାରିଥିବା ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ଅଧିକାରୀ ଜଣକ ଯୁବକଙ୍କୁ ମାଡ ମାରିଥିବା ସ୍ବୀକାର କରିଥିଲେ ।

ପରେ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଧାୟକ । ରାଜ୍ୟ ସରକାର 5T ଲାଗୁକରି ଶାସନରେ ସ୍ବଚ୍ଛତା ଆଣିଥିବା ଡିଣ୍ଡିମ ପିଟୁ ଥିବା ବେଳେ କେଉଁ ନିୟମରେ ପୋଲିସ ହାଜତ ଭିତରେ ଯୁବକ ଜଣକୁ ମାଡ଼ ମାରିଛି ତାର ସ୍ପଷ୍ଟୀକରଣ ମାଗିଛନ୍ତି ବିଧାୟକ । ଏସମ୍ପର୍କରେ 5T ସଚିବ, ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ଜଣାଇଛନ୍ତି । କାର୍ଯ୍ୟାନୁଷ୍ଠାନ ନ ହେଲେ ବିଧାନସଭାରେ ପ୍ରଶ୍ନ ଉଠିବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ । ସେପଟେ, ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଖଡ଼ିଆଳ SDPO ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.