ETV Bharat / state

ନୂଆପଡାରେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ପ୍ରତିଷ୍ଠା ଦିବସ - କେନ୍ଦୁପତ୍ର କର୍ମଚାରୀ ସଙ୍ଘ ପ୍ରତିଷ୍ଠା ଦିବସ

ନୂପଡାରେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ଏକ ସାଧାରଣ ସଭା ଅନୁଷ୍ଠିତ । ସଭାେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ପ୍ରତିଷ୍ଠାତାଙ୍କ ଜନ୍ମ ଜୟନ୍ତୀ ପାଳିତ । ଅଧିକ ପଢନ୍ତୁ....

ନୂଆପଡାରେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ପ୍ରତିଷ୍ଠା ଦିବସ

author img

By

Published : Jan 3, 2021, 9:34 PM IST

ନୂଆପଡା: ଜିଲ୍ଲା ବୋଡେନ ବ୍ଲକ କେନ୍ଦୁପତ୍ର ସେକ୍ସନ କାର୍ଯ୍ୟାଳୟ ସୁନାପୁର ଗ୍ରାମ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଖଡ଼ିଆଳ ଡିଭିଜନର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୁଗ ଜନ୍ମା ମହାପୁରୁଷ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଣ୍ଡିତଜିଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।

ନୂଆପଡାରେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ପ୍ରତିଷ୍ଠା ଦିବସ

ଆୟୋଜିତ ଏହି ସମାରୋହରେ କୃଷ୍ଣବଲ୍ଲଭ ବାରିକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଖଡ଼ିଆଳ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ଯୋଗଦେଇ ଉଦବୋଧନ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ରେଞ୍ଜ ସଭାପତି ନଟବର ନାଗ, ସମ୍ପାଦକ ରୁଦ୍ର ନାଗ ଯୋଗଦେଇ ପଣ୍ଡିତ ବିଶ୍ୱନାଥଜିଙ୍କ ଜୀବନ ଚରିତ୍ର ଉପରେ ଆଲୋକପାତ କରିଛନ୍ତି । ଏହି ଅବସରରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ବିଷଦ ଆଲୋଚନା କରାଯିବା ସହ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯାଇଛି ।

ବର୍ଦ୍ଧିତ ଦରମା, 2019 ମସିହାର ବକେୟା ଅର୍ଥ ପ୍ରଦାନ କରିବା, ସିଜନାଳ ଷ୍ଟାଫଙ୍କୁ EPF ଦେବା ସହ ଶତ ପ୍ରତିସତ ବୋନସ ପ୍ରଦାନ, ସୁନାବେଡା ସୋସେଙ୍ଗ ଗ୍ରାମ ପଞ୍ଚାୟତରେ ବାସ କରୁଥିବା ଜନସାଧାରଣଙ୍କୁ କେନ୍ଦୁପତ୍ର ଏବଂ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଅଧିକାର ଦେବା ଆଦି ଦାବି କରାଯାଇଛି । ଖଡ଼ିଆଳ ଡିଭିଜନକୁ ସମ୍ପୂର୍ଣ୍ଣ ପ୍ରୋସେସ ଡିଭିଜନ କରିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି କର୍ମକର୍ତ୍ତା । ନଚେତ କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.