ETV Bharat / state

10 ଦଫା ପୂରଣ ଦାବିରେ କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା - nuapada news

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା । ଖଡ଼ିଆଳ ଡିଭିଜନ 10 ଦଫା ଦାବି ପୂରଣ ନେଇ ନୂଆପଡା, ଖଡ଼ିଆଳ, ତରବୋର୍ଡ, ସିନାପାଲି ସମସ୍ତ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଅଧିକ ପଢନ୍ତୁ....

kendu-leaf-employee-ganadharana-in-nuapada
ଦାବି ପୂରଣ ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଗଣଧାରଣା
author img

By

Published : Mar 4, 2020, 8:50 PM IST

ନୂଆପଡା: ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା । ଖଡ଼ିଆଳ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୟରେ 10 ଦଫା ଦାବି ପୂରଣ ନେଇ ନୂଆପଡା, ଖଡ଼ିଆଳ, ତରବୋର୍ଡ, ସିନାପାଲି ସମସ୍ତ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।

ଦାବି ପୂରଣ ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଗଣଧାରଣା

ଗୁରୁବାର କେନ୍ଦୁପତ୍ର ତୋଳାଳି ଏବଂ କର୍ମଚାରୀ ମାନଙ୍କୁ ଛଟେଇ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଏହାକୁ ନେଇ କେନ୍ଦୁପତ୍ର ତୋଳାଳୀ ଏବଂ ସାମୟିକ କର୍ମଚାରୀ ମାନଙ୍କ ପ୍ରତି ସରକାର ଅଣଦେଖା କରୁଛନ୍ତି ବୋଲି ଗୁରୁବାର କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସାମୟିକ କର୍ମଚାରୀ ଓ ରାତ୍ରଜଗୁଆଳ ମାନଙ୍କ ଦରମା ବୃଦ୍ଧି କରିବା ସହ ସମସ୍ତ ପ୍ରକାର ସାମାଜିକ କଲ୍ୟାଣ ଯୋଜନାରେ ସାମିଲ କରିବା । ଏହା ସହ ଛାତ୍ରବୃତ୍ତି, ଝିଅ ବାହାଘର ସହାୟତା, ଚିକିତ୍ସା ସହାୟତା, ମୃତ୍ୟୁ କାଳୀନ ସହାୟତା, ଏଭଳି 10 ଦଫା ଦାବି କରିଛନ୍ତି ଖଡିଆଳ କେନ୍ଦୁପତ୍ର କର୍ମଚାରୀ ସଂଘ।

ଦାବି ପୂରଣ ନହେଲେ ଆଗାମୀ ମାର୍ଚ୍ଚ 11 ତାରିଖରେ ସିନାପାଲି, ତରବୋର୍ଡ, ଖଡ଼ିଆଳ, ନୂଆପଡା,ବୋଡେ଼ନ ଠାରେ ରାସ୍ତା ରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବ ସଂଘ। କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ଉପୁଜିଲେ ସରକାର ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.