ETV Bharat / state

କୃଷି ସମବାୟ ସମିତି ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ, ଅସନ୍ତୋଷ ଚାଷୀ

କୃଷି ସମବାୟ ସମିତି ନିଯୁକ୍ତିରେ ଚଞ୍ଚକତା । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମାଖାପଦର ଗ୍ରାମପଞ୍ଚାୟତରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ

କୃଷି ସମବାୟ ସମିତି ନିଯୁକ୍ତିରେ ଚଞ୍ଚକତା
କୃଷି ସମବାୟ ସମିତି ନିଯୁକ୍ତିରେ ଚଞ୍ଚକତା
author img

By

Published : Mar 24, 2023, 4:32 PM IST

କୃଷି ସମବାୟ ସମିତି ନିଯୁକ୍ତିରେ ଚଞ୍ଚକତା

ନୂଆପଡା: ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମାଖାପଦର ଗ୍ରାମପଞ୍ଚାୟତ ନୂତନ କୃଷି ସମବାୟ ସମିତି(ପେକ୍ସ) ଗଠନରେ ବ୍ୟାପକ ଅନିୟମିତତା ଅଭିଯୋଗ । ପଞ୍ଚାୟତର ଚାଷୀମାନେ ଏହି ଅଭିଯୋଗ ଆଣିଛନ୍ତି । ଲିଆଡ଼, ଝଙ୍କରଗୁଡା, ଚଉରା, ମାଲପଡା, ମଖାପଦର, ସୀତଲିଖଲିଆ, କପିଆ, ଯୋଗିବାହାଲ ଗାଁର ଶତାଧିକ ଛୋଟବଡ ଚାଷୀ ଏହି ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ନିଜ କ୍ଷମତାର ଅପବ୍ୟବହାର କରି ଇଚ୍ଛାନୁସାରେ କୃଷି ସମବାୟ ସମିତି ସମ୍ପାଦକ କରିଥିବା ଅଭିଯୋଗ ହୋଇଛି । ନିଜ ପୁତୁରାକୁ ସମିତି ସମ୍ପାଦକ କରିଥିବା ନେଇ ୮ଟି ଗ୍ରାମର ଚାଷୀ ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟ ପରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ଅଭିଯୋଗ କରାଗଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Budget Session: ବିଧାନସଭାରେ ଅପପୃଷ୍ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ଜୟନାରାୟଣ

ପ୍ରକାଶଥାଉକି, କୃଷି ସମବାୟ ସମିତି ଗଠନ କରିବା ସରକାରଙ୍କ ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ରହିଛି । ଅସହାୟ କୃଷକଙ୍କୁ ପ୍ରୋତ୍ସାହନ ଯୋଗାଇ କୃଷକଙ୍କ ଉନ୍ନତି ପାଇଁ ସର୍ବଦା କାମ କରିବା ସରକାରଙ୍କ ମୂଳ ଲକ୍ଷ୍ୟ । ହେଲେ ମଖାପଦର ନୂତନ ସମବାୟ ସମିତି ଗଠନ କରିବାରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ମାନମୁଖୀ କାର୍ଯ୍ୟକଳାପ ହାଟରେ ପଡି ଦାଣ୍ଡରେ ଗଢୁଛି ।
କୃଷି ସମବାୟ ସମିତି ଗଠନ ନିୟମରେ ସର୍ବଦା କୃଷକଙ୍କୁ ଅଗ୍ରାଧିକାର ଦିଆଯାଇଥିବା ନିୟମରେ ଉଲ୍ଲେଖ କରାଯାଇଛି । ହେଲେ ଜିଲ୍ଲା ପରିଷଦ ସଭ୍ୟା ନିଜ ପାୱାର କରିଡର ଭିତରେ ସମସ୍ତ ନିୟମକୁ ଖୁଲମଖୁଲା ଉଲଙ୍ଘନ କରି ଅଞ୍ଚଳର କୃଷକଙ୍କୁ ଅଣଦେଖା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ମଖାପଦର ଅଞ୍ଚଳର ଶହଶହ କୃଷକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି ।

ଏହା ମଧ୍ୟ ପଢନ୍ତୁ: Budget Session: ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଓଡି଼ଶା ଆଗରେ, ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ

ମଖାପଦର ଗ୍ରାମପଞ୍ଚାୟତର ୮ଗୋଟି ଗ୍ରାମର କୃଷକମାନେ ତୀଵ୍ର ବିରୋଧ କରିବା ସହ ଜାଲିଆତି ସମବାୟ ସମିତିକୁ ରଦ୍ଦକରି ସମସ୍ତ କୃଷକଙ୍କ ସହମତିରେ ନୂତନ ସମବାୟ ସମିତି ଗଠନ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି । ଏସମ୍ପର୍କରେ ନୂଆପଡା ଜିଲ୍ଲାପାଳ, ସମବାୟ ସମିତି ନିବନ୍ଧକଙ୍କୁ ମଖାପଦର ଗ୍ରାମପଞ୍ଚାୟତର ଶତାଧିକ କୃଷକ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଅଧିକାରୀ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଦେଖାଯାଇଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.