ନୂଆପଡା: ଜିଲ୍ଲା ସିନାପାଲି ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସଭା ଗୃହଠାରେ ଏହି ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି ।
ଏହି ଜନ ଶୁଣାଣି ଶିବିର ରେ 65 ଜଣ ଅଭିଯୋଗକାରୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଙ୍କ ଅଭିଯୋଗ ଜଣାଇଛନ୍ତି । ବିଶେଷ କରି ଆବାସଗୃହ, ବିଜୁପକ୍କା ଗୃହ, ବିଧବା ବାର୍ଦ୍ଧକ୍ୟ ଭତ୍ତା ଏବଂ ଚିକିତ୍ସା ସହାୟତା ପାଇଁ ଅସହାୟ ହିତାଧିକାରୀମାନେ ଆସି ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି ।
ତେବେ ଅଭିଯୋଗର ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଅଭିଯୋଗକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶିବିରରେ ଜିଲ୍ଲାପାଳଙ୍କ ସମେତ ନୂଆପଡା ଆରକ୍ଷୀ ଅଧିକ୍ଷକ ବିନୀତ କୁମାର ଓ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ନୂଆପଡାରୁ ମୋତିଲାଲ୍ ବାଗ, ଇଟିଭି ଭାରତ