ETV Bharat / state

କୋରୋନା କଟକଣାରେ ବିଛଣାପାଲି ମା' ଠାକୁରାଣୀଙ୍କ ଦେବୀ ଯାତ୍ରା ସମ୍ପନ୍ନ - nuapada news

ଖଡ଼ିଆଳ ବ୍ଲକ ବିଛଣାପାଲି ଗ୍ରାମରେ ପବିତ୍ର ଦଶହରା ଉପଲକ୍ଷେ ମା' ଠାକୁରାଣୀଙ୍କ ଦେବୀ ଯାତ୍ରା ଯଥା ରୀତିନୀତିରେ ପାଳିତ ହୋଇଯାଇଛି । ମହାମାରୀ କୋଭିଡ କଟକଣାର ସମସ୍ତ ନିୟମକୁ ପାଳନ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା କଟକଣାରେ ବିଛଣାପାଲି ମା' ଠାକୁରାଣୀଙ୍କ ଦେବୀ ଯାତ୍ରା ସମ୍ପନ୍ନ

author img

By

Published : Oct 20, 2020, 7:59 PM IST

ନୂଆପଡା: ଖଡ଼ିଆଳ ବ୍ଲକ ବିଛଣାପାଲି ଗ୍ରାମରେ ପବିତ୍ର ଦଶହରା ଉପଲକ୍ଷେ ମା' ଠାକୁରାଣୀଙ୍କ ଦେବୀ ଯାତ୍ରା ଯଥା ରୀତିନୀତିରେ ପାଳିତ ହୋଇଯାଇଛି । ମହାମାରୀ କୋଭିଡ କଟକଣାର ସମସ୍ତ ନିୟମକୁ ପାଳନ କରି ବିଛଣାପାଲି ଗାଁର ଅଗଣିତ ଶ୍ରଦ୍ଧାଳୁ ଦେବୀ ମା'ଙ୍କ ଯାତ୍ରାରେ ସାମିଲ ହୋଇଥିଲେ ।

କୋରୋନା କଟକଣାରେ ବିଛଣାପାଲି ମା' ଠାକୁରାଣୀଙ୍କ ଦେବୀ ଯାତ୍ରା ସମ୍ପନ୍ନ

ଦେବୀ ମା'ଙ୍କ ମୁଖ୍ୟ ପୂଜକ ଲଳିତ ଝାଙ୍କର, ସେବାୟତ ଦିବାକର ମଲ୍ଲିକ, ପବିତ୍ର ଝାଙ୍କର, ପିତାମ୍ବର ଝାଙ୍କର, ଝସକେତନ ଝାଙ୍କର ଏବଂ ଜୟରାମ ଝାଙ୍କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇଯାଇଛି । ସର୍ବପ୍ରଥମେ ଠାକୁରାଣୀ ଦେବୀ, ମାଟିଦେବତା ଧର୍ନି, ଭଣ୍ଡାରଘରେନ ମାଉଳି, ଛୋଟି ବୁଢ଼ୀ ବାବୁରେ, ବ୍ରାକମ ଧର୍ଣ୍ଣି, ବୁଢ଼ୀମା ଭିମାବୁଢା ଆଦି ଦେବତାଙ୍କୁ ଯଥା ବିଧିରେ ଝାଙ୍କର ପୂଜା ଅର୍ଚ୍ଚନା କରିଥିଲେ । ମାନସିକଧାରୀ ଶ୍ରଦ୍ଧାଳୁ ଦେବୀ ମା'ଙ୍କୁ ବୋଦାବଳୀ, ପାରା କୁକୁଡ଼ା ବଳୀ ଦେବା ସହ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ମା'ଙ୍କୁ ସନ୍ତୋଷ କରିଛନ୍ତି । ମା'ଙ୍କୁ ସରଣ ଗଲେ ଅବଶ୍ୟ ମନସ୍କାମନା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ଅଗାଢ ବିଶ୍ୱାସ ରହିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.